କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଆକାଶରୁ ଖସିଲା ନିଆଁ। ଖେଳୁଥିବା ସମୟରେ ଚାଲିଗଲା ନାବାଳକର ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡ଼ିହା ଗ୍ରାମପଞ୍ଚାୟତର ପଣସଗଡ଼ିଆ ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ପଣସଗଡ଼ିଆ ଗାଁର ସୁଶାନ୍ତ ଗାଗରାଇ।
ଗତକାଲି ସନ୍ଧ୍ୟା ସମୟରେ ସୁଶାନ୍ତ ଗାଁ ସ୍କୁଲ ନିକଟରେ ଖେଳୁଥିଲେ।ଏହି ସମୟରେ ହଠାତ୍ ବଜ୍ରପାତ ମାରିଥିଲା। ସୁଶାନ୍ତ ତଳେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ଖେଳୁଥିବା ସମୟରେ ଆକାଶରୁ ଖସିଲା ନିଆଁ, ଚାଲିଗଲା ନାବାଳକର ଜୀବନ appeared first on Odisha Reporter.
from Odisha Reporter https://ift.tt/IH5VhLn
No comments:
Post a Comment