ଚର୍ଚ୍ଚାକୁ ଫେରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 12, 2022

ଚର୍ଚ୍ଚାକୁ ଫେରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୁଣି ଚର୍ଚ୍ଚାକୁ ଫେରିଛି। ମେଘନାଦ ପାଚେରିର ୧୦୦ ମିଟର ଅଞ୍ଚଳରେ ରାଜ୍ୟ ସରକାରଙ୍କ ନିର୍ମାଣ କାମ ବୈଧତା ଉପରେ କେନ୍ଦ୍ର ମନ୍ତ୍ରୀ କରିଥିବା ଏକ ଚିଠି ଏହାର କାରଣ ହୋଇଛି। ଶ୍ରୀମନ୍ଦିର ପ୍ରସଙ୍ଗ ନେଇ ସଂସଦରେ ଭୁବନେଶ୍ୱର ସାଂସଦ ଅପରାଜାତି ଷଡଙ୍ଗୀ କରିଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ।  ଅପରାଜିତାଙ୍କୁ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଛନ୍ତି ନିଷିଦ୍ଧାଞ୍ଚଳରେ ଭକ୍ତମାନଙ୍କ ପାଇଁ ପାଣି, ବିଦ୍ୟୁତ, ଡ୍ରେନ, ଶୌଚାଳୟ ଭଳି ସୁବିଧା କରାଯାଇପାରିବ। ଏହା ବ୍ୟତୀତ ଅନ୍ୟ କୌଣସି ବୃହତ ନିର୍ମାଣ ହୋଇପାରିବନି।

ଏଥିସହ National monument Authority ବା NMAର NOC ଯାହା ପୁରୀ ସାଂସଦ ପିନାକୀ ମିଶ୍ର ବାରମ୍ବାର ଦେଖାଉଥିଲେ ତାକୁ ଖାରଜ ସହ ଏହି ପତ୍ର NOC ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ । ଆଜି ସାଂସଦ ଶ୍ରୀମତି ଷଡଙ୍ଗୀ ନିକଟକୁ ଏହି ଚିଠି ପହଞ୍ଚିବା ପରେ ନୂଆ ଅଲୋଚନା ଆରମ୍ଭ ହୋଇଛି।

The post ଚର୍ଚ୍ଚାକୁ ଫେରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ appeared first on Odisha Reporter.



from Odisha Reporter https://ift.tt/RednAEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages