ହାଇଦ୍ରାବାଦ: ବାଥରୁମ ଭିତରୁ ମିଳିଲା ପ୍ରଖ୍ୟାତ୍ ଫ୍ୟାଶନ ଡିଜାଇନର୍ଙ୍କ ମୃତଦେହ। ଶନିବାର ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ ଆପାର୍ଟମେଣ୍ଟ ଫ୍ଲାଟର ବାଥରୁମ୍ରୁ ଟଲିଉଡର ଫେମସ ଫ୍ୟାଶନ ଡିଜାଇନର୍ ପ୍ରତ୍ୟୁଷା ଗରିମେଲ୍ଲାଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି। ଏଥିସହ ବାଥରୁମ୍ରୁ କାର୍ବମନୋକ୍ସାଇଡ୍ ବୋତଲ ଜବତ ହୋଇଛି। ଏହି ଗ୍ୟାସ ଯୋଗୁ ଗରିମାଲ୍ଲାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।
ଏହି ଘଟଣାରେ ପୁଲିସ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟୁଷାଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର ଦିଆଯାଇଛି। ପ୍ରତ୍ୟୁଷା ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉସମାନିଆ ହସ୍ପିଟାଲକୁ ପଠାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପୁଲିସ ସୂଚନା ମୁତାବକ, ତାଙ୍କ ଘରୁ ଏକ ଚିଠି ମଧ୍ୟ ଜବତ ହୋଇଛି। ଏଥିରେ ତାଙ୍କ ମୃତ୍ୟୁକୁ ନେଇ କାହାକୁ ମଧ୍ୟ ଦାୟୀ କରାଯାଇ ନାହିଁ। ଏଥିରେ ‘ବେଶ୍ ଏକୁଟିଆ ଅନୁଭବ କରୁଛି। ଡିପ୍ରେସନରେ ଅଛି’ ବୋଲି ଲେଖାଥିବା ହାଇଦ୍ରାବାଦ ବଞ୍ଜାରା ହିଲ୍ସ ପୁଲିସ ଷ୍ଟେସନର ଇନ୍ସ୍ପେକ୍ଟର ନାଗେଶ୍ୱର ରାଓ କହିଛନ୍ତି।
୩୫ ବର୍ଷୀୟ ପ୍ରତ୍ୟୁଷା ହାଇଦ୍ରାବାଦର ବଞ୍ଜାରା ହିଲ୍ସର ଫିଲ୍ମ ନଗରରେ ଥିବା ଏକ ଆପାର୍ଟମେଣ୍ଟର ଫ୍ଲାଟ୍ରେ ରହୁଥିଲେ। ସେ ଆମେରିକାରେ ଫ୍ୟାଶନ ଡିଜାଇନ୍ର ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ସେ ବାପାଙ୍କ ବିଜନେସରେ ସାମିଲ ହୋଇଥିଲେ। ପରେ ସେ ଏହି ବିଜନେସ ଛାଡି ଡ୍ରେସ୍ ଡିଜାଇନ କରିବା ଆରମ୍ଭ କରିଥଇଲେ। ୨୦୧୩ରେ ସେ ଏଥିରେ ସଫଳତା ପାଇଥିଲେ। ସେ ଅନେକ ଟଲିଉଡର କଳାକାରଙ୍କ ସହ କାମ କରିଛନ୍ତି। ବଲିଉଡ୍ରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ସେ ବହୁ ବଡ଼ ବଡ଼ କଳାକାରଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରିସାରିଛନ୍ତି।
The post ବାଥରୁମ୍ ଭିତରୁ ମିଳିଲା ଫେମସ୍ ଫ୍ୟାଶନ ଡିଜାଇନର୍ଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/uNaw7SD
No comments:
Post a Comment