ଅଫିସ ଯାଉଛି କହି ଘରୁ ବାହାରିଥିଲେ ଯୁବକ, ୮ ଦିନ ହେଲା ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 6, 2022

ଅଫିସ ଯାଉଛି କହି ଘରୁ ବାହାରିଥିଲେ ଯୁବକ, ୮ ଦିନ ହେଲା ପତ୍ତା ମିଳୁନି

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଦୀର୍ଘ ୮ ଦିନ ହେଲା ନିଖୋଜ ଥିବା ଟାଟା ପାଓାର ଠିକା କର୍ମଚାରୀ ମିଟୁ ବେହେରାଙ୍କର କୌଣସି ପତ୍ତା ମିଳୁ ନ ଥିବା ବେଳେ ଆଶଙ୍କାରେ ଦିନ କାଟୁଛନ୍ତି ପରିବାର ଲୋକେ। ଅଫିସ ଯାଉଛି କହି ଗତ ୩୧ ତାରିଖରୁ ଘରୁ ବାହାରି ଯାଇଥିବା ମିଟୁଙ୍କର ଏ ଯାଏ କୌଣସି ଖୋଜ ଖବର ମିଳିପାରିନି। ମିଟୁଙ୍କୁ କିଏ ଅପହରଣ କରି ନେଇଛି, ନା ସେ ହତ୍ୟାର ଶିକାର ହୋଇଛନ୍ତି, ତାକୁ ନେଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଜଙ୍ଗଲରୁ ତାଙ୍କ ବାଇକ୍‌ ଉଦ୍ଧାର କରିଥିବା ବେଳେ ପୁଅର  କିନ୍ତୁ ପତ୍ତା ପାଇପାରୁ ନାହାନ୍ତି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡରେ ଘଟିଛି।

ସୂଚନା ଅନୁଯାୟୀ, ମିଟୁ ବେହେରାଙ୍କ ଘର ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ହୋଇଥିବା ସେ ଟାଟା ପାୱାର ପ୍ଲାଣ୍ଟର ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୩୧ ତାରିଖ ସକାଳୁ ଅଫିସ ଯାଉଛି କହି ସେ ଘରୁ ବାହାରି ଯାଇଥିଲେ।  ଦୁଇ ଦିନ ପରେ ଗଞ୍ଜାମ ଜିଲ୍ଲା ରମ୍ଭା ଟାଟା ପାୱାର ସୁପରଭାଇଜର ଫୋନ କରି ମିଟୁ କାହିଁକି କାମକୁ ଆସୁନି ବୋଲି ତାଙ୍କ ଭାଉଜଙ୍କୁ ପଚାରିଥିଲେ  । ଏହାପରେ ଖୋଜ ଖବର କରିବାରୁ  ମିଟୁ ଗତ ୩୧ ତାରିଖଠାରୁ ନିଖୋଜ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ ।

ମିଟୁଙ୍କର କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ରମ୍ଭା ଥାନାରେ ଅଭିଯୋଗ କରିଥିଲେ  ।  ଏହା ମଧ୍ୟରେ ଗାଁ ଲୋକ, ପରିବାର ଓ ସମ୍ପର୍କୀୟ ଖୋଜାଖୋଜି ଜାରି ରଖିଥିଲେ। ଗତକାଲି ଅର୍ଥାତ ୬ ଦିନ ପରେ ଗାଁ ଠାରୁ ପ୍ରାୟ ପାଂଚ କିଲୋମିଟର ଦୂର ପାଲିଆଘାଇ ଛକ ନିକଟରେ ଥିବା ଏକ ଜଙ୍ଗଲରୁ ମିଟୁଙ୍କ ବାଇକ୍‌ ମିଳିଛି । ତେବେ ଏବେ ଯାଏଁ ମିଟୁଙ୍କ କୌଣସି ପତ୍ତା ମିଳୁ ନ ଥିବାରୁ ସନ୍ଦେହ ବଢିବାରେ ଲାଗିଛି  ।

ଘଟଣା ସ୍ଥଳରେ ପୁଲିସ୍‌  ପହଞ୍ଚି ଗାଡ଼ିଟିକୁ ଥାନାକୁ ନେଇଥିବା ବେଳେ ଶୀଘ୍ର ମିଟୁଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ  । ତେବେ ମିଟୁଙ୍କ ଗାଡି ମିଳିବା ପରେ  ମିଟୁକୁ କିଏ ଅପହରଣ କରିଛି ନା ଆଉ କିଛି ଘଟିଛି ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

The post ଅଫିସ ଯାଉଛି କହି ଘରୁ ବାହାରିଥିଲେ ଯୁବକ, ୮ ଦିନ ହେଲା ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/jHLhpxY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages