ନୂଆଦିଲ୍ଲୀ: ନିଜ ଅଫିସ ଭିତରେ ହିଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ। ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ତାଙ୍କ ଅଫିସ ଭିତରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ଜଣେ ତାଙ୍କ ଘନିଷ୍ଟ ସାଙ୍ଗ ସୋମବାର ଅଫିସ ଭିତରକୁ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଅର୍ଲାଣ୍ଡୋ ଜର୍ଜ ମେରା ଜଣେ ପରିବେଶ ମନ୍ତ୍ରୀ ଥିଲେ। ଅର୍ଲାଣ୍ଡୋଙ୍କୁ ତାଙ୍କର ଜଣେ ସାଙ୍ଗ ମିଗୁଏଲ କ୍ରୁଜ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ମିଗୁଏଲଙ୍କୁ ଗିରଫ କରାଯାଇଛି। ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।
ଅର୍ଲାଣ୍ଡୋ ଡୋମିନିକାନ ରିପବ୍ଲିକର ପୂର୍ବତନ ରାଷ୍ଟ୍ରପତି ସାଲଭାଡୋର ଜର୍ଜ ବ୍ଲାନକୋଙ୍କ ପୁଅ। ସେ ଜଣେ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ଭଉଣୀ ଉପ ମନ୍ତ୍ରୀ ଓ ତାଙ୍କ ପୁଅ ସାଂସଦ ଅଛନ୍ତି। ରାଷ୍ଟ୍ରପତି ଲୁଇସ୍ ଅବିନାଡର ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଅର୍ଲାଣ୍ଡୋଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, କ୍ରୁଜ ପିଲାଦିନରୁ ଜର୍ଜଙ୍କ ବନ୍ଧୁ ଥିଲେ। କିନ୍ତୁ ସେ କାହିଁକି ମାରିଲେ ବର୍ତ୍ତମାନ ସୁଦ୍ଧା ଜଣାପଡିନାହଁ। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
The post କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଅଫିସ ଭିତରେ ଗୁଳି କରି ହତ୍ୟା appeared first on Odisha Reporter.
from Odisha Reporter https://ift.tt/1s8iftv
No comments:
Post a Comment