କଶ୍ମୀରେ ଥମୁନି ଆତଙ୍କୀଙ୍କ ବର୍ବରତା, ଗୁଳିମାଡ଼ରେ ପ୍ରବାସୀ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 2, 2022

କଶ୍ମୀରେ ଥମୁନି ଆତଙ୍କୀଙ୍କ ବର୍ବରତା, ଗୁଳିମାଡ଼ରେ ପ୍ରବାସୀ ଶ୍ରମିକ ମୃତ

କୁଲଗାମ: ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଯୋଗୁ ପୂରା ଉପତ୍ୟକାରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବିଶେଷ କରି କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ। ଗୁରୁବାର ମଧ୍ୟାହ୍ନରେ କୁଲଗାମରେ କାମ କରୁଥିବା ରାଜସ୍ଥାନର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏହାର କିଛି ଘଣ୍ଟା ପରେ ଅର୍ଥାତ ଗୁରୁବାର ରାତିରେ ଆତଙ୍କବାଦୀମାନେ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କଶ୍ମୀରର ବଡ଼ଗାମରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରୀୟ କଶ୍ମୀରର ଛାଦୋର ଅନ୍ତର୍ଗତ ମାଗରାୟପୋରା ଠାରେ ଥିବା ଗୋଟିଏ ଇଟା ଭାଟିରେ କାମ କରୁଥିବା ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଗୁଳିମାଡ଼ ପରେ ସେମାନଙ୍କୁ ଏସଏମଏଚ୍‌ଏସ୍‌ ହସ୍ପିଟାଲ ନିଆ ଯାଇଥିଲା। ହେଲେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ ଦୀଲଖୁସ କୁମାର।

ତାଙ୍କ ବୟସ ୧୭ ବର୍ଷ। ସେ ବିହାରରୁ ଆସି ଏଠାରେ କାମ କରୁଥିଲେ। ଗୁଳିମାଡ଼ର ଖବର ପାଇ ସୁରକ୍ଷାକର୍ମୀମାନେ ତୁରନ୍ତ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ହେଲେ ଏଯାଏ ଆତଙ୍କବାଦୀଙ୍କ କୌଣସି ପତ୍ତା ମିଳିନାହିଁ।


ଏହାପୂର୍ବରୁ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ବେନିୱାଲଙ୍କୁ ଆତଙ୍କବାଦୀମାନେ କୁଲଗାମରେ ଗୁଳି କରି ହତ୍ୟା କରିଥିଲେ। ବିଜୟ କୁମାର ବ୍ୟାଙ୍କରେ ବସି ଥିବା ବେଳେ ଜଣେ ଆତଙ୍କୀ ତାଙ୍କୁ ଗୁଳି କରିଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେନିୱାଲ ମାତ୍ର ୬ ମାସ ତଳେ ବିବାହ କରିଥିଲେ। ଜୁଲାଇ ମାସରେ ସେ ଘରକୁ ଯିବାର ଥିଲା। ହେଲେ ଏହା ପୂର୍ବରୁ ହିଁ ତାଙ୍କୁ ହତ୍ୟା କରାଯାଇଛି।

ଏହି ଘଟଣା ପାଇଁ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଗୋଟିଏ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି। କେବଳ ବିଜୟ କୁମାର କିମ୍ବା ଦୀଲଖୁସ ନୁହନ୍ତି, ୨ ମାସ ମଧ୍ୟରେ ଆତଙ୍କବାଦୀମାନେ ୧୦ରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରି ସାରିଲେଣି। ଏହା ମଧ୍ୟରେ ଉଭୟ ହିନ୍ଦୁ ଓ ମୁସଲମାନ ନାଗରିକ ରହିଛନ୍ତି।

The post କଶ୍ମୀରେ ଥମୁନି ଆତଙ୍କୀଙ୍କ ବର୍ବରତା, ଗୁଳିମାଡ଼ରେ ପ୍ରବାସୀ ଶ୍ରମିକ ମୃତ appeared first on Odisha Reporter.



from Odisha Reporter https://ift.tt/lis56Lr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages