ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ଗତ ଦୁଇ ବର୍ଷ କୋଭିଡ୍ କଟକଣା ଲାଗୁ ହୋଇଥିବାରୁ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ଅନବସର ନୀତି ।
ଚଳିତ ବର୍ଷ କୋଭିଡ୍ କଟକଣା ହଟି ଯାଇଛି । ପ୍ରଭୁଙ୍କ ଅନବସର ନୀତିର ଦର୍ଶନ କରିବାକୁ ବ୍ୟାପକ ଜନସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଅନବସର ଦର୍ଶନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ । ଏଥିରେ ଅଲାରନାଥ ସେବାୟତ ନିଯୋଗ ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଯୋଗଦେଇଥିଲେ ।
ବିଶେଷ କରି ଶୃଙ୍ଖଳିତ ଦର୍ଶନ , ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବ୍ୟାରିକେଡ୍ ନିର୍ମାଣ ଓ ନୀତିକାନ୍ତି ସେବାପୂଜା ସମ୍ପର୍କରେ ଆଲୋଚନା ବୈଠକରେ ହୋଇଛି । ଦୀର୍ଘ ୨ ବର୍ଷ ହେବ ପ୍ରଭୁ ଅଲରାନାଥଙ୍କ ଅନବସର ଦର୍ଶନ କରି ପାରି ନ ଥିବା ଶ୍ରଦ୍ଧାଳୁ ଏଥର ପ୍ରଭୁଙ୍କ ଦର୍ଶନ ନିମନ୍ତେ ବେଶ ଉତ୍ସାହିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସୂଚନାଯୋଗ୍ୟ, ଜୁନ ୧୪ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଥିବା ବେଳେ ୧୫ ତାରିଖରୁ ଆରମ୍ଭ ହେବ ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ୧୦୮ ଶୁଭାଷିତ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହେବେ ମହାପ୍ରଭୁ । ତେଣୁ ୧୪ ଦିନ ଧରି ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିବ ବ୍ରହ୍ମଗିରିର ଅଲାରନାଥ ପିଠ। ରତନ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ନପାଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିବେ ଭକ୍ତ । ବିଶ୍ୱାସ ରହିଛି ବର୍ଷ ସାରା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ ଅନବସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମ ପରିମାଣର ପୁଣ୍ୟ ମିଳିଥାଏ। ତେଣୁ ଅନବସର ବେଳେ ମହାପ୍ରଭୁ ଅଲରାନାଥଙ୍କ ଦର୍ଶନ ପାଇଁ ଜମିବ ଭକ୍ତଙ୍କ ଗହଳି ।
The post ୧୫ରୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ, ୨ ବର୍ଷ ପରେ ଶ୍ରଦ୍ଧାଳୁ ପାଇବେ ସୁଯୋଗ appeared first on Odisha Reporter.
from Odisha Reporter https://ift.tt/hvjkA4U
No comments:
Post a Comment