ସିଗାରେଟ ପାଇଁ ୧୦ ଟଙ୍କା ଦେଲାନି ନାବାଳକ, ପ୍ରଥମେ ପିଟିଲେ ପରେ ଛୁରୀ ଭୁଷି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 7, 2022

ସିଗାରେଟ ପାଇଁ ୧୦ ଟଙ୍କା ଦେଲାନି ନାବାଳକ, ପ୍ରଥମେ ପିଟିଲେ ପରେ ଛୁରୀ ଭୁଷି ମାରିଦେଲେ

ନୂଆଦିଲ୍ଲୀ: ଗୋଟିଏ ସାମାନ୍ୟ ଘଟଣା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ହତ୍ୟାକାଣ୍ଡ। ଜଣେ ୧୭ ବର୍ଷୀୟ ବାଳକଙ୍କୁ ପ୍ରବଳ ମାଡ଼ ମାରିବା ସହ ଛୁରୀ ଭୁଷି ହତ୍ୟା କରିଛନ୍ତି ୪ ଜଣ ଯୁବକ। ନାବାଳକ ଜଣଙ୍କ ସିଗାରେଟ ପାଇଁ ୧୦ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ୪ ଯୁବକ ମାରି ଦେଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। କେନ୍ଦ୍ରୀୟ ଦିଲ୍ଲୀର ଆନନ୍ଦ ପରବତ ଅଞ୍ଚଳରେ ରବିବାର ଘଟିଥିବା ଏହି ଘଟଣା ଏବେ ସାମ୍ନାକୁ ଆସିଛି।

ପୁଲିସ ଏହି ଘଟଣାରେ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ପ୍ରବୀଣ, ଅଜୟ, ସୋନୁ କୁମାର ଓ ଯତୀନ। ସମସ୍ତଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ। ଡିସିପି(ସେଣ୍ଟ୍ରାଲ) ଶ୍ୱେତା ଚୌହାନ କହିଛନ୍ତି, ଆନନ୍ଦ ପରବତ ଠାରେ ଥିବା ରାମଜସ ସ୍କୁଲ ନିକଟ ଏଚଆର ରୋଡରେ ଜଣେ ନାବାଳକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଖବର ପୁଲିସ ପାଇଥିଲା। ପୁଲିସ୍‌ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଶରୀରରେ ଛୁରୀ ଭୁଷାର ଚିହ୍ନ ରହିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତା’ର ତଦନ୍ତ ପାଇଁ ଆନନ୍ଦ ପରବତ ପୁଲିସ ଷ୍ଟେସନର ଏସଏଚ୍‌ଓ ମୁକେଶ ଅଣ୍ଟିଲ ଓ ଇନସପେକ୍ଟର ଯୋଗେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗଠନ କରାଯାଇଥିଲା। ତଦନ୍ତ ବେଳେ ପ୍ରଥମେ ନାବାଳକଙ୍କ ପରିଚୟ ମିଳିଥିଲା। ମୃତ ନାବାଳକ ଜଣଙ୍କ ହେଲେ ବିଜୟ ଓ ସେ ବଲଜୀତ ନଗରରେ ରହୁଥିଲେ।

ପରବର୍ତ୍ତୀ ଅବସ୍ଥାରେ ସିସିଟିଭକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ବିଭିନ୍ନ ସ୍ଥାନରେ ରେଡ କରାଯାଇ ସମସ୍ତ ୪ ଯୁବକଙ୍କୁ ଗିରଫ କରାଯାଇଛି। ରବିବାର ଗିରଫ ୪ ଯୁବକ ଉପର ଆନନ୍ଦ ପରବତ ଅଞ୍ଚଳରୁ ଆସୁଥିବା ବେଳେ ଏଚଆର ରୋଡରେ ବିଜୟଙ୍କୁ ଦେଖିଥିଲେ। ସେ ରାସ୍ତାକଡ଼ରେ ବସିଥିବା ବେଳେ ସମସ୍ତେ ତାଙ୍କ ପାଖକୁ ଯାଇଥିଲେ।

ଗିରଫ ସୋନୁ ପୂର୍ବରୁ ବିଜୟଙ୍କୁ ଜାଣିଥିଲା। ଉଭୟ ଗୋଟିଏ ଅଞ୍ଚଳରେ ରହୁଥିଲେ। ତେଣୁ ସେ ବିଜୟଙ୍କୁ ସିଗାରେଟ ପାଇଁ ୧୦ ଟଙ୍କା ମାଗିଥିଲା। ହେଲେ ବିଜୟ ମନା କରି ଦେବାରୁ ସେ ତାଙ୍କୁ ମାଡ଼ ମାରିଥିଲା। ତା’ର ଅନ୍ୟ ୩ ସହଯୋଗୀ ମଧ୍ୟ ବିଜୟଙ୍କୁ ପ୍ରବଳ ପିଟିଥିଲେ। ଶେଷରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ ବୋଲି ଡିସିପି କହିଛନ୍ତି।

ଅଭିଯୁକ୍ତ ଯୁବକ ଓ ବିଜୟଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ଚାଲିଥିଲା କି ନାହିଁ, ତା’ର ତଦନ୍ତ ଏବେ ପୁଲିସ୍‌ କରୁଛି। ବିଜୟଙ୍କ ବାପା ଜଣେ ଗାର୍ଡେନର ହୋଇଥିବା ବେଳେ ଭାଇ ଏସି ମେକାନିକ। ବିଜୟ ମଧ୍ୟ ଛୋଟ ମୋଟ ଇଲେକ୍ଟ୍ରିକାଲ କାମ କରୁଥିଲେ। ଗିରଫ ପ୍ରବୀଣ ଜଣେ ଦିନ ମଜୁରିଆ। ସେହିପରି ଅଜୟ ଡ୍ରାଇଭର, ଯତୀନ ସେଲ୍ସ ମ୍ୟାନ ଓ ସୋନୁ ଟେଲର ଭାବେ କାମ କରୁଥିଲେ। ବିଜୟଙ୍କୁ ଏମାନେ ହତ୍ୟା କରିବା ପରେ ସହର ଛାଡ଼ି ଚାଲିଯିବାକୁ ମଧ୍ୟ ଉଦ୍ୟମ କରିଥିବା ପୁଲିସ୍ କହିଛି।

The post ସିଗାରେଟ ପାଇଁ ୧୦ ଟଙ୍କା ଦେଲାନି ନାବାଳକ, ପ୍ରଥମେ ପିଟିଲେ ପରେ ଛୁରୀ ଭୁଷି ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/oYCFEmy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages