ଆଜିଠୁ ଖୋଲୁଛି ସ୍କୁଲ, ଏଥର ୧୦ଟାରେ ଆରମ୍ଭ ହେବ ପାଠପଢ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 16, 2022

ଆଜିଠୁ ଖୋଲୁଛି ସ୍କୁଲ, ଏଥର ୧୦ଟାରେ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ। ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବ। ଏଥର କିନ୍ତୁ ସକାଳ ସ୍କୁଲ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ। ସକାଳ ୧୦ଟାରୁ ପୂର୍ବ ଭଳି କ୍ଲାସ୍ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାହେବ।

ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଓ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ରହିବେ। ସ୍ୱାଭାବିକ କ୍ଲାସ୍ ଚାଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ୨୦୨୩ ମାର୍ଚ୍ଚ ସୁଦ୍ଧା ସାରିବାବା ଯୋଜନା ପ୍ରସ୍ତୁତ ହୋଇଛି।

ଆଜି ପ୍ରଥମ ଦିନରେ ପ୍ରଧାନ ଶିକ୍ଷକମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍ ଟେବୁଲ, ଲେସନ୍ ଚାର୍ଟ ଆଦି ପ୍ରସ୍ତୁତ କରିବେ। ପିଲାଙ୍କ ପଢା ଓ ପରୀକ୍ଷା ଶେଷ ହୋଇନଥିବାରୁ ଠିକ୍ ସମୟରେ ପିଲାଙ୍କ ପାଠ ପଢା ସାରି ପରୀକ୍ଷା କରିବା ପାଇଁ ବିଭାଗ ପଦକ୍ଷେପ ନେଇଛି। ସ୍କୁଲ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଆଜିଠାରୁ ହିଁ ଖୋଲୁଛି।

The post ଆଜିଠୁ ଖୋଲୁଛି ସ୍କୁଲ, ଏଥର ୧୦ଟାରେ ଆରମ୍ଭ ହେବ ପାଠପଢ଼ା appeared first on Odisha Reporter.



from Odisha Reporter https://ift.tt/TEc20dX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages