ଅଗ୍ନିପଥ ଯୋଜନା: ବିରୋଧ ପରେ ବଦଳିଲା ନିୟମ, ତଥାପି ନାଖୁସ୍‌ ଆଶାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 16, 2022

ଅଗ୍ନିପଥ ଯୋଜନା: ବିରୋଧ ପରେ ବଦଳିଲା ନିୟମ, ତଥାପି ନାଖୁସ୍‌ ଆଶାୟୀ

ନୂଆଦିଲ୍ଲୀ: ବିରୋଧ ପରେ ହେଜିଲେ ସରକାର। ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ‘ଅଗ୍ନିପଥ ଯୋଜନା’ରେ ଚାକିରି ସର୍ତ୍ତାବଳୀକୁ ତ୍ରୀବ ବିରୋଧ କରାଯାଇଥିଲା। ଏହା ପରେ କେନ୍ଦ୍ର ସରକାର ଚାକିରି ନିୟମ ପରିବର୍ତ୍ତନ କରିଛନ୍ତି। ମୁଖ୍ୟତଃ ଏହି ଯୋଜନାରେ ସର୍ବାଧିକ ବୟସ ସୀମା(ଅପର ଏଜ୍‌ ଲିମିଟ୍‌)  ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି।  ପୂର୍ବରୁ ସେନାରେ ପ୍ରବେଶ ପାଇଁ ବୟସ ଯୋଗ୍ୟତା ୧୭.୫ରୁ ୨୧ ବର୍ଷ ପର୍ଯ୍ୟନ୍ତ । ତଥାପି ଅଶାୟୀମାନେ ନାଖୁସ ଅଛନ୍ତି।

ଏହି  ଯୋଜନାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି।  ମୁଖ୍ୟତଃ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଦେଖିବାରେ ମିଳିଛି।  ଅଗ୍ନିପଥ ଯୋଜନାରେ ୪ ବର୍ଷିଆ ସ୍କିମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଆର୍ମିରେ ସେବା କରିବା ପାଇଁ ସରକାର ଗତ ମଙ୍ଗଳବାର  ଅଗ୍ନିପଥ ସ୍କିମ ନାମରେ ଏକ ଯୋଜନା ଆଣିଥିଲେ।  ଏହା ଏକ ସାମୟିକ ନିଯୁକ୍ତି ସ୍କିମ। ଏହି ଯୋଜନାରେ ଅନୁସାରେ ୧୭.୫ ବର୍ଷରୁ ୨୧ବର୍ଷ ମଧ୍ୟରେ ଯୁବକଙ୍କୁ ସୁଯୋଗ ମିଳିବାର ବ୍ୟବସ୍ଥା କରାଯାଇଛି। ପ୍ରାଥିମିକ ପର୍ଯ୍ୟାୟରେ  ଚାକିରିର ବୈଧତା ୪ ବର୍ଷ ପାଇଁ ରଖାଯାଇଛି।  ଯେଉଁ ଯୋଜନାକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ସେନାର ଆଶାୟୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତକାଲି ବିହାରରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଛି।

ଉତ୍ତ୍ୟକ୍ତ ଛାତ୍ର ଗୋଷ୍ଠୀ ଟ୍ରେନ୍ ଜାଳିଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଫଳରେ ଅନେକ ଟ୍ରେନ୍‌ ଚଳାଚଳରେ ବାଧାପ୍ରାପ୍ତ ଉପୁଜିଥିଲା।  ବିହାର ବକ୍ସାର ଜିଲ୍ଲାରେ ପ୍ରାୟ ୧୦୦ ଜଣ ଯୁବକ  ଟ୍ରେନ୍‌ ଲାଇନ୍‌ ଉପରେ ଧାରଣା ଦେଇଥିଲେ। ଫଳରେ ପାଟନାରୁ ଯାତ୍ରା କରୁଥିବା  ଜନଶତାବ୍ଦୀ ଏକ୍ସପ୍ରେସ୍‌ ସମେତ ଅନେକ ଟ୍ରେନ୍‌ ଚଳାଚଳ କରିବାରେ ବାଧାପ୍ରାପ୍ତ ହୋଇଥିଲା। ଆନ୍ଦୋଳନ ଏତେ ଜୋରଦାର ଥିଲା ଯେ, ରେଳବାଇକୁ ୩୦ ଟି ଟ୍ରେନ୍‌ ବାତିଲ କରିବାକୁ ପଡ଼ିଥିଲା। ୩୬ଟି ଟ୍ରେନ ବିଳମ୍ବରେ ଗଡ଼ିଥିଲା। ଅଗ୍ନିପଥ ଯୋଜନାରେ କେନ୍ଦ୍ର ସରକାର ଚାକିରି ଅବଧି ମାତ୍ର ୪ ବର୍ଷ ରଖିଥିବା ବେଳେ ସେଥିରୁ ୨୫ ପ୍ରତିଶତ ପିଲାଙ୍କୁ ଯୋଗ୍ୟତାଭିତ୍ତିରେ ପୂର୍ଣ୍ଣକାଳୀନ ଚାକିରି ପାଇଁ  ସୁଯୋଗ ମିଳିବ।ତେବେ ଯେଉଁମାନେ ବାଦ ପଡ଼ିବେ ସେମାନଙ୍କୁ ପେନ୍‌ସନ୍‌ କିମ୍ବା ସରକାରଙ୍କ ପ୍ରଦତ୍ତ ଅନ୍ୟ କୌଣସି ସହାୟତା ମିଳିବ ନାହିଁ। ଯାହାକୁ ନେଇ ଚାକିରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।

The post ଅଗ୍ନିପଥ ଯୋଜନା: ବିରୋଧ ପରେ ବଦଳିଲା ନିୟମ, ତଥାପି ନାଖୁସ୍‌ ଆଶାୟୀ appeared first on Odisha Reporter.



from Odisha Reporter https://ift.tt/VbymLDu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages