୪ ଆତଙ୍କୀ ସଫା, ଡ୍ରୋନ୍‌ ଦ୍ୱାରା ହମଲା ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 7, 2022

୪ ଆତଙ୍କୀ ସଫା, ଡ୍ରୋନ୍‌ ଦ୍ୱାରା ହମଲା ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଟାର୍ଗେଟ କିଲିଂ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ଜମ୍ମୁ-କଶ୍ମୀରରେ ଏବେ ସୁରକ୍ଷାକର୍ମୀମାନେ ଆତଙ୍କୀ ବିରୋଧୀ ଅପରେସନକୁ ଜୋରଦାର କରିଛନ୍ତି। ଆତଙ୍କୀଙ୍କୁ ଖତମ କରିବା ପାଇଁ ଉପତ୍ୟକାର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ଏହି ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଜଣ ଆତଙ୍କବାଦୀ। ସେହିପରି ଡ୍ରୋନ ଦ୍ୱାରା ବୋମା ମାଡ଼ କରିବାକୁ ସୀମା ସେପଟୁ ଚାଲିଥିବା ଉଦ୍ୟମକୁ ମଧ୍ୟ ପଣ୍ଡ କରି ଦେଇଛନ୍ତି ସୁରକ୍ଷାକର୍ମୀ।

ସୁରକ୍ଷାକର୍ମୀଙ୍କ ଦୁଇଟି ପୃଥକ ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିବା ୪ ଆତଙ୍କୀଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ପାକିସ୍ତାନୀ। ନିହତ ୨ ପାକିସ୍ତାନୀ ଆତଙ୍କୀ ହେଲେ ତୁଫାଇଲ ଓ ହନଜୁଲା। ଉଭୟଙ୍କ ଘର ଲାହୋରେ। ସେମାନେ ଲସ୍କର-ଇ-ତାଏବାର ସକ୍ରିୟ ସଦସ୍ୟ ଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ଆଉ ଜଣେ ଆତଙ୍କୀ ହେଲା ନଦୀମ ଅହମଦ ରାଥେର ଓରଫ ରାଜା ନଦୀମ। ତା’ ଘର କୁଲଗାମରେ। ସେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେବା ପୂର୍ବରୁ ଭେଟରନାରୀ ସାଇନ୍ସରେ ବ୍ୟାଚଲର ଡିଗ୍ରୀ କରୁଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ହିଜବୁଲରେ ମିଶିଥିଲା। ୪ର୍ଥ ନିହତ ଆତଙ୍କୀ ଜଣକ ହେଉଛି ଇସ୍ତିଆକ। ହେଲେ ତା’ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

ଅନ୍ୟପକ୍ଷରେ ଅଖନୁର ସେକ୍ଟରର ଦୟାରନରେ ବିଏସ୍‌ଏଫ ଯବାନମାନେ ଗୋଟିଏ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି। ଏହି ଡ୍ରୋନରେ ବୋମା ରହିଥିଲା। କିନ୍ତୁ ସୁରକ୍ଷାକର୍ମୀମାନେ କୌଣସି ଅଘଟଣ ଘଟିବା ପୂର୍ବରୁ ହମଲା ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି ଯେ ୨ ପାକିସ୍ତାନୀ ଆତଙ୍କୀ କୁପୱାଡା ଜିଲ୍ଲା ଚକତାରସ-କାଡି ଅଞ୍ଚଳରେ ଚାଲିଥିବା ଅପରେସନରେ ନିହତ ହୋଇଛନ୍ତି। ସେହିପରି ହିଜବୁଲ ଆତଙ୍କୀ ନଦୀମ ଶୋପିଆନର ବାଦିମାର୍ଗ ଏନକାଉଣ୍ଟର୍‌ରେ ନିହତ ହୋଇଛି। ସେଠାରେ ଏବେ ବି ୨ରୁ ୩ ଜଣ ଆତଙ୍କୀ ଲୁଚି ରହିଛନ୍ତି। ତେଣୁ ସର୍ଚ୍ଚ ଅପରେସନ ଜାରି ରହିଛି।

The post ୪ ଆତଙ୍କୀ ସଫା, ଡ୍ରୋନ୍‌ ଦ୍ୱାରା ହମଲା ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ appeared first on Odisha Reporter.



from Odisha Reporter https://ift.tt/GsdI3vc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages