ବୋରିସ୍‌ଙ୍କ ଉପରୁ ଟଳିଲା ବିପଦ, କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 6, 2022

ବୋରିସ୍‌ଙ୍କ ଉପରୁ ଟଳିଲା ବିପଦ, କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରୁ ଟଳିଲା ବିପଦ। ତାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଛି। ଫଳରେ ଜନସନ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନିଜ ଦଳ କଞ୍ଜରଭେଟିଭ ପାର୍ଟି ପକ୍ଷରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଦଳର ମୋଟ ୩୫୯ ସାଂସଦଙ୍କ ମଧ୍ୟରୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୪୮ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୨୧୧ ଭୋଟ ମିଳିଥିଲା। ବିପୁଳ ସଂଖ୍ୟାରେ ଭୋଟ ପାଇ ଜନ୍‌ସନ୍‌ ଅନାସ୍ଥା ପ୍ରସ୍ତାବରେ ଜିତିଛନ୍ତି।

ସୂଚନା ମୁତାବକ, ପାର୍ଟି ଆୟୋଜନ କରିବାକୁ ନେଇ ଜନସନ ବିବାଦୀୟ ହୋଇପଡିଥିଲେ। କରୋନା ସମୟରେ ବ୍ରିଟେନରେ ଯେବେ ଲକଡାଉନ ଲାଗୁ ହୋଇଥିଲା ସେ ସମୟରେ ଜନସନ ଘରେ ପାର୍ଟି କରୁଥିଲେ। ଏହି ଘଟଣାକୁ ନେଇ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା।

କରୋନା ସମୟରେ ବୋରିସଙ୍କ ହାଉସ ପାର୍ଟିକୁ ପାର୍ଟିଗେଟ ସ୍କାଣ୍ଡାଲ ବୋଲି କୁହାଯାଉଥିଲା। ସମଗ୍ର ଦେଶରେ କୋଭିଡ ଲକ୍‌ଡାଉନ ଓ ଶକ୍ତ କଡକଣା ଜାରି ରହିଥିବା ବେଳେ ତାକୁ ଉଲ୍ଲଂଘନ କରି ଜନସନ ପାର୍ଟି କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଥରେ ନୁହେଁ, ବରଂ ୧୨ଥର ସେ ପାର୍ଟି କରିଥିଲେ। ଲଣ୍ଡନସ୍ଥିତ ତାଙ୍କ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାସଭବନ ସମେତ ଏହାର ବଗିଚା ଓ ଅନ୍ୟାନ୍ୟ ସରକାରୀ ବଙ୍ଗଳାରେ ଏହି ପାର୍ଟି କରାଯାଇଥିଲା।

ଜୁନ୍‌ ୨୦୨୦ରେ ଡାଉନିଂ ଷ୍ଟ୍ରିଟ୍‌ରେ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୪୦ରୁ ଅଧିକ ସାଂସଦ ଜନ୍‌ସନ୍‌ଙ୍କ ଇସ୍ତଫା ଦାବି କରିଥିଲେ। ପରେ ଏହି ମାମଲାକୁ ନେଇ ଦୀର୍ଘ ଦିନ ହେବ ତଦନ୍ତ ଜାରି ରହିଥିଲା। ଏପରିକି ଜନ୍‌ସନ୍‌ ଓ ତାଙ୍କ ପତ୍ନୀଙ୍କୁ ଜରିମାନା ମଧ୍ୟ ଲଗାଯାଇଥିଲା।

The post ବୋରିସ୍‌ଙ୍କ ଉପରୁ ଟଳିଲା ବିପଦ, କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ appeared first on Odisha Reporter.



from Odisha Reporter https://ift.tt/0V3Q4ra

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages