ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ପ୍ରଥମ ଥର ଗୃହ ପରିଚାଳନା କରିବେ ବାଚସ୍ପତି ଆରୁଖ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 29, 2022

ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ପ୍ରଥମ ଥର ଗୃହ ପରିଚାଳନା କରିବେ ବାଚସ୍ପତି ଆରୁଖ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା  ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ବାଚସ୍ପତି ହେବା ପରେ ଆସନ୍ତା ଅଧିବେଶନରେ ପ୍ରଥମ ଥର ଲାଗି ଗୃହ ପରିଚାଳନା କରିବେ ବିକ୍ରମ କେଶରୀ ଆରୁଖ  ।

ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସମସ୍ତ ଦଳର ସଦସ୍ୟଙ୍କ ସହ ଆଲୋଚନା କରିବେ ବାଚସ୍ପତି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ସବୁ ଦଳର ନେତା ଯୋଗଦେବେ ।

ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜୁଲାଇ ୨ରେ ହିଁ ବଜେଟ୍ ଉପସ୍ଥାପନ ହେବ । ଏହା ପରେ ୫ ଓ ୬ ତାରିଖରେ ଏହାକୁ ନେଇ ଗୃହରେ ହେବ ଆଲୋଚନା ।  ବିଭିନ୍ନ ପ୍ରସଙ୍ଗରେ ଏଥର ଗୃହ ସରଗରମ ରହିପାରେ ।  ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ବାଚସ୍ପତି କିପରି ସୁରୁଖୁରୁରେ ଗୃହ ଚଳାଇବେ, ତା ଉପରେ ସମସ୍ତଙ୍କ ନଜର ରହିଛି ।

The post ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ପ୍ରଥମ ଥର ଗୃହ ପରିଚାଳନା କରିବେ ବାଚସ୍ପତି ଆରୁଖ   appeared first on Odisha Reporter.



from Odisha Reporter https://ift.tt/mTs837r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages