ଜୟପୁର: ରାଜସ୍ଥାନରେ ଘଟିଥିବା ସାମ୍ପ୍ରଦାୟିକ ବୀଭତ୍ସ ହତ୍ୟାକାଣ୍ଡକୁ ଏଆଇଏମଆଏମ ମୁଖ୍ୟ ଅସାଦ୍ଦୁଦିନ ଓୱେସୀ କଡ଼ା ନିନ୍ଦା କରିଛନ୍ତି। ମଙ୍ଗଳବାର ଜଣେ ଟେଲରଙ୍କ ଗଳା କାଟି ନିର୍ମମ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଓୱେସୀ। ମର୍ଡ଼ର ପରେ ଅଭିଯୁକ୍ତଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସମ୍ପୃକ୍ତ ଅଭିଯୁକ୍ତ ୨ ଜଣ ନିଜକୁ ହତ୍ୟାକାରୀ ଭାବେ ଦାବି କରିବା ସହ ଇସଲମାକୁ ଅପମାନିତ କରିବାରୁ ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି । ଏହି ଘଟଣାରେ ପାଇଁ ରାଜସ୍ଥାନରେ ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଥିବା ବେଳେ ଆଇନଶୃଙ୍ଖଳା ଦୃଷ୍ଟିରୁ ସେଠାରେ କର୍ଫ୍ୟୁ ଲାଗୁ କରାଯାଇଛି। ଅଭିଯୁକ୍ତ ମାନେ ଜାରି କରିଥିବା ଭିଡିଓରେ ଜଣେ ଧମକ ମଧ୍ୟ ଦେଉଛନ୍ତି। ସେ କହୁଛନ୍ତି ଯେ, ସେମାନେ ସେଇ ଟେଲରଙ୍କ ଗଳା କାଟି ହତ୍ୟା କାଟିଛନ୍ତି । ଏମିତି ଅବସ୍ଥା ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ହେବ । ଏହାକୁ ନେଇ ଦେଶବ୍ୟାପି ହଇଚଇ ସୃଷ୍ଟି ହୋଇଥିବା ବେଳେ ଭୋପାଳର ପଞ୍ଚାୟତ ନିର୍ବାଚନୀ ପ୍ରଚାରରେ ଓୱେସୀ କହିଛନ୍ତି ଯେ,
ମୁଁ ଏହି ଘଟଣାକୁ ଦୃଢ଼ତାର ସହ ନିନ୍ଦା କରୁଛି। ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ ଦାବି କରିଛନ୍ତି। କାହାକୁ ହତ୍ୟା କରିବା ଆଇନ ଅନୁମତି ଦେଇ ନାହିଁ। କେହି କାହାକୁ ହତ୍ୟା କରିବା ଅନୁଚିତ। ଆମେ ଆଇନକୁ ହାତକୁ ନେଇ ପାରିବାକୁ ନାହିଁ। ଏହା ଏକ ଜଘନ୍ୟ ଅପରାଧ। କିନ୍ତୁ ଆମେ ମଧ୍ୟ ନୁପୁର ଶର୍ମାଙ୍କ ଗିରଫ ଦାବି କରୁଛୁ ବୋଲି ଓୱେସୀ କହିଛନ୍ତି।
ସୂଚନା ଅନୁଯାୟୀ, ରାଜସ୍ଥାନର ଉଦୟପୁରର ମାଲଦାସ ଅଞ୍ଚଳରେ ଜଣେ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳାକାଟି ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଫଳରେ ରାଜସ୍ଥାନ ସରକାର ସାରା ରାଜ୍ୟରେ ମାସକ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏଥି ସହିତ ଏକ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ କରାଯାଇଛି। ଅଭିଯୁକ୍ତମାନେ ସମ୍ପୃକ୍ତ ଟେଲରଙ୍କ ଗଳାକାଟି ହତ୍ୟା କରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ଦେଇଥିବାରୁ ଘଟଣାକୁ ଗୁରୁତ୍ୱର ସହ ବିଚାର କରୁଛି ଏନଆଇଏ। ଉକ୍ତ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ରିଆଜ ଏବଂ ଗୋସ ମହମ୍ମଦ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୋଷାକ ସିଲେଇ କରିବା ବାହାନାରେ ଦୋକାନରେ ପ୍ରବେଶ କରିଥିବା ଏହି ଦୁଇ ଅଭିଯୁକ୍ତ ଅପରାଧ ଘଟାଇବା ସମୟରେ ମଧ୍ୟ ଏକ ଭିଡିଓ କରିଛନ୍ତି। ଭିଡିଓରେ ଦୁଇଜଣ ହତ୍ୟାକାରୀ ନିଜ ହାତରେ ଖଣ୍ଡା ଧରି ହସି ହସି ହତ୍ୟା କରିଥିବାର ସ୍ୱୀକାର ମଧ୍ୟ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାର ଭିଡିଓ ଜାରି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଥିଲେ, ଯାହାକି ସାରା ରାଜ୍ୟରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରିଛି।
The post ଉଦୟପୁର ହତ୍ୟାକାଣ୍ଡ: ଦୃଢ଼ ନିନ୍ଦା କଲେ ଓୱେସୀ appeared first on Odisha Reporter.
from Odisha Reporter https://ift.tt/42z3STr
No comments:
Post a Comment