ନରସିଂହପୁର(ଓଡ଼ିଶା ରିପୋର୍ଟର): ରାସ୍ତାରେ ଆମ୍ବୁଲାନ୍ସ ରଖି ଗଛରେ ରଶି ଲଗାଇ ଜଣେ ଡ୍ରାଇଭର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ।
ମୃତ ବ୍ୟକ୍ତି ଜଣଙ୍କ ହେଲେ କାବୁଲି ସେନାପତି। ତାଙ୍କ ଘର ତିଗିରିଆ ଥାନା ବିନ୍ଧାଣିମା ଗାଁରେ ବୋଲି ଜଣାପଡ଼ିଛି। କାବୁଲି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଚଲାଉଥିଲେ।
ଆଜି ସକାଳେ ରାସ୍ତା ଉପରେ ଏକ ଆମ୍ବୁଲାନ୍ସ ଠିଆ ହୋଇଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ପରେ ରାସ୍ତାପାଖରେ ଥିବା ଏକ ଗଛରେ କାବୁଲିଙ୍କ ମୃତଦେହ ଝୁଲୁଥିବା ସେମାନେ ଦେଖିଥିଲା। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ବାବୁଲି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ପୁଲିସ୍ ବାବୁଲିଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।
The post ରାସ୍ତାରେ ଆମ୍ବୁଲାନ୍ସ ରଖି ଗଛରେ ଝୁଲି ପଡ଼ିଲେ ଡ୍ରାଇଭର! appeared first on Odisha Reporter.
from Odisha Reporter https://ift.tt/Kaw1foW
No comments:
Post a Comment