ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଉଁ ବସ୍ ଆଗରେ ଯିବ ଓ କେଉଁ ବସ୍ ପଛରେ- ଏହାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡାର ନୂଆ ବସ୍ଷ୍ଟାଣ୍ଡରେ ଘଟିଯାଇଛି ତୁମୁଳକାଣ୍ଡ। ଏଥିରେ ଦୁଇ ଜଣ ବସ୍ କର୍ମଚାରୀ (ଡ୍ରାଇଭର ଓ କଣ୍ଡକ୍ଟର) ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏହି ଘଟଣା ଘଟିଛି। ଦୁଇଟି ଘରୋଇ ବସ୍ (ଦିଲ୍ଦାର ଓ ବାବାମଣି) ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ହେଲେ ବସ୍ ଛାଡ଼ିବା ସମୟକୁ ନେଇ ଦୁଇ ବସ୍ର କର୍ମଚାରୀମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସେତେବେଳେ ଦିଲ୍ଦାର ବସ୍ର ମାଲିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଦିଲ୍ଦାର ବସ୍ର ମାଲିକ ଓ କର୍ମଚାରୀ ମିଶି ବାବାମଣି ବସ୍ର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ସେମାନେ ସ୍ଥାନୀୟ ୪/୫ ଜଣ ଯୁବକଙ୍କ ସହାୟତାରେ ବାବାମଣି ବସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବାବାମଣି ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ଆହତ ହୋଇଛନ୍ତି। ଏହା ସହିତ ବାବାମଣି ବସ୍କୁ ଭଙ୍ଗାରୁଜା କରାଯାଇଛି। ଏହାର କିଛି କାଚ ଝରକା ଭାଙ୍ଗି ଯାଇଛି।
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଭରତପୁର ପୁଲିସ୍ ବରମୁଣ୍ଡା ନୂଆ ବସ୍ଷ୍ଟାଣ୍ଡରେ ପହଞ୍ଚିଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଏ ଘଟଣାରେ ପୁଲିସ୍ ଜଣଙ୍କୁ ଅଟ ରଖି ପଚରାଉଚରା କରୁଛି ଓ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ କରୁଛି।
ଅନ୍ୟପକ୍ଷରେ ଦିଲ୍ଦାର ବସ୍କୁ ଆଉ ଛତ୍ରପୁର ଅଭିମୁଖେ ଯିବାକୁ ଦିଆଯାଇନି। ଏଥିରେ ଚଢ଼ିଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି।
The post ବରମୁଣ୍ଡା ବସ୍ଷ୍ଟାଣ୍ଡରେ ହଣାହଣି, ଦୁଇ ବସ୍ କର୍ମଚାରୀ ଆହତ appeared first on Odisha Reporter.
from Odisha Reporter https://ift.tt/ABiE1jg
No comments:
Post a Comment