ସିପିଆଇ(ଏମ) ଅଫିସ ଉପରକୁ ବୋମା ମାଡ଼  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 30, 2022

ସିପିଆଇ(ଏମ) ଅଫିସ ଉପରକୁ ବୋମା ମାଡ଼ 

ଥିରୁଭନନ୍ତପୁରମ: କେରଳରେ ଥିବା ସିପିଆଇ(ଏମ) ଅଫିସ ଉପରକୁ  ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନଥିବା ପୁଲିସ କହିଛି। ଗତକାଲି ରାତି ୧୧ଟା୩୦ହରେ କେହି ଦୁର୍ବୃତ୍ତ ଆସି ଥିରୁଭନନ୍ତପୁରମରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଉପରକୁ ବୋମାର ମାଡ଼ କରିଥିଲେ। ଏହି ସମୟରେ ଉକ୍ତ କାର୍ଯ୍ୟାଳୟରେ କେତେକ ବାମପନ୍ଥୀ ନେତା ଥିଲେ। କିନ୍ତୁ ଅଫିସ ବାହାରେ ବିସ୍ଫୋରଣ ଘଟିଥିବାରୁ ସେମାନେ ବର୍ତ୍ତି ଯାଇଥିଲେ। ସିପିଆଇ(ଏମ) କାର୍ଯ୍ୟାଳୟଟି ସହରର ପ୍ରମୁଖ ସ୍ଥାନରେ ହୋଇଥିବାରୁ ଅପରାଧିମାନେ ଖୁଲମଖୋଲା ଆସି ବୋମା ଫିଙ୍ଗିବା ଆଇନଶୃଙ୍ଖଳା ବିପର୍ଯ୍ୟକୁ ଦର୍ଶାଉଛି ବୋଲି ବାମପନ୍ଥୀ ନେତାମାନେ ଅଭିଯୋଗ କରିଛନ୍ତି ।

ଘଟଣାକୁ ନେଇ ସ୍ଥାନୀୟ ପୁଲସି ଷ୍ଟେସନରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଦଳୀୟ କର୍ମୀମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେମାନଙ୍କୁ ଶାନ୍ତି ରକ୍ଷା ପାଇଁ ବାମପନ୍ଥୀ ନେତାମାନେ ନିବେଦନ କରିଛନ୍ତି । କିଏ କେଉଁ କାରଣ ପାଇଁ ବୋମା ଫିଙ୍ଗିଲା ତାହା ଜଣାପଡ଼ି ନାହିଁ  ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ବାମପନ୍ଥୀ ନେତାମାନଙ୍କୁ ବାରମ୍ବାର ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ପୁଲିସର ନିରବତକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

The post ସିପିଆଇ(ଏମ) ଅଫିସ ଉପରକୁ ବୋମା ମାଡ଼  appeared first on Odisha Reporter.



from Odisha Reporter https://ift.tt/rA4JkiZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages