ପାଲାକକଡ଼(କେରଳ): କୁକୁର କାମୁଡ଼ିବାର ମାସକ ପରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ଗୁରୁବାର ଉତ୍ତର କେରଳର ମଙ୍କରା ଇଲାକାରେ ଘଟିଛି। ଯୁବତୀ ଜଣକ ଭ୍ୟାକ୍ସିନ୍ ନେବା ସହ ସମସ୍ତ ପ୍ରକାର ଚିକିତ୍ସା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଉଛନ୍ତି ୧୯ ବର୍ଷୀୟ ଶ୍ରୀଲେକ୍ଷ୍ମୀ। ମାସକ ପୂର୍ବରୁ ତାଙ୍କୁ ତାଙ୍କ ପଡ଼ୋଶୀର ଏକ ପୋଷା କୁକୁର କାମୁଡ଼ିଥିଲା।
ମେ’ ୩୦ରେ ଯୁବତୀ ଜଣକୁ କୁକୁର କାମୁଡ଼ିଥିଲା। ପ୍ରଥମରୁ ଯୁବତୀ ଜଣକ ଏହାକୁ ହାଲୁକା ଭାବେ ନେଇଥିଲେ। ପ୍ରାରମ୍ଭରୁ ତାଙ୍କ ଶରୀରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା। ହେଲେ ଧିରେ ଧିରେ ତାଙ୍କ ଶରୀରେ ଇନଫେକ୍ସନ ହେବାରେ ଲାଗିଲା। ଶରୀର ଦୁର୍ବଳ ଲାଗିଲା। କିଛି ଦିନ ହେବ କୁକୁର କାମୁଡ଼ାର ସଂକ୍ରମଣ ପରିଲକ୍ଷିତ ହୋଇଥିଲା। ଏହା ପରେ ଶ୍ରୀଲେକ୍ଷ୍ମୀଙ୍କୁ ସ୍ଥାନୀୟ ଏକ ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ତ୍ରସୁର ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସିଏ ସେତେବେଳେ ଅଧିକ ଜ୍ୱରରେ ପୀଡ଼ିତ ହୋଇଥିଲେ।
ଡାକ୍ତର ଙ୍କର ଉପଯୁକ୍ତ ଚିକିତ୍ସା କରିବା ସହ କୁକୁର କାମୁଡ଼ା ଇଞ୍ଜେକ୍ସନ ମଧ୍ୟ ଦେଇଥିଲେ। ହେଲେ ତାଙ୍କୁ ବଞ୍ଚାଇବା ଅସମ୍ଭବ ହୋଇ ଥିଲା। ଗତକାଲି ଯୁବତୀ ଜଣକର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସ୍ୱାସ୍ଥ୍ୟ ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏକ ରାପିଡ୍ ରେସପନ୍ସ ଟିମ୍ ଗଠନ କରି ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।
The post କୁକୁର କାମୁଡ଼ାରେ ଯୁବତୀଙ୍କ ମୃତ୍ୟୁ, ମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/7Qq6xhr
No comments:
Post a Comment