ସୁଜାତାଙ୍କୁ ସପନ ଦେଖିବା ମନା, ହେଲେ ମନ ଜିତିନେଲେ ମନମୋହନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 13, 2022

ସୁଜାତାଙ୍କୁ ସପନ ଦେଖିବା ମନା, ହେଲେ ମନ ଜିତିନେଲେ ମନମୋହନ

ଖୋର୍ଦ୍ଧା(ବଳରାମ ଲେଙ୍କା): ଆଖିରେ ଭରି ରହିଥିଲା ଆଖିଏ ସପନ। ଯେତେବେଳେ ଆଖି ହିଁ ରହିଲାନି, ଚାରିପାଖ ଅନ୍ଧକାର ହୋଇଗଲା, ସେତେବେଳେ ସପନ ବି ଚୁରମାର ହୋଇଗଲା। ଜଣେ ଯୁବତୀଙ୍କ ଏପରି ଚୁନା ହୋଇଯାଇଥିବା ସପନକୁ ପୁଣି ଥରେ ଗୋଟାଇ ତାଙ୍କ ସିନ୍ଥିରେ ସିନ୍ଦୂର ଭରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଯୁବକ ମନମୋହନ ପଟ୍ଟନାୟକ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର କୁଲୁତାପଡାରେ ବାସିନ୍ଦା ସୁଜାତା  ବଢାଇ ଜଣେ ଦୃଷ୍ଟିହୀନ ଯୁବତୀ ହୋଇଥିବା ବେଳେ ତାଙ୍କ ହାତ ଧରି ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଟିଛନ୍ତି ମନମୋହନ।

ଅନ୍ୟ ଯୁବତୀଙ୍କ ପରି ସୁଜାତା ବି ପାଠପଢ଼ା ବେଳେ ସପନ ରାଇଜରେ ବିଚରଣ କରୁଥିଲେ। ପାଠପଢ଼ା ସାରି ହସଖୁସିରେ ସଂସାର ଗଢ଼ିବାକୁ ମନ ଭିତରେ ତାଙ୍କର ଦବି ରହିଥିଲା ଇଚ୍ଛା । ହେଲେ ସବୁ ସପନ ଚୁରମାର ହୋଇଗଲା ଯେତେବେଳେ ଯୁକ୍ତ ୩ ପରୀକ୍ଷା ପୂର୍ବରୁ ସେ ନିଜ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଏହାପରେ ହଠାତ୍‌ ତାଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା। ପୁଣି ଥରେ ତାଙ୍କ ଜୀବନରେ ହସଖୁସି ଭରିବ ବୋଲି ଆଶା ଛାଡ଼ି ଦେଇଥିଲେ। ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା।

ସୁଜାତା ଯୁକ୍ତ ୩ ପଢିବାବେଳେ ଏକ ମାଟ୍ରିମୋନିଆଲ ସାଇଟରେ ନିଜ ନାମ ପଞ୍ଜିକୃତ କରାଇଥିଲେ । ପରେ କୌଣସି କାରଣବଶତଃ ନିଜ ଦୃଷ୍ଟି ଶକ୍ତି ହରାଇ ବସିବାପରେ ବିବାହ କଥା ମନରୁ ପାସୋରି ଦେଇଥିଲେ। ହେଲେ ସେହି ସାଇଟରେ ନିଜ ନାଁ ଦେଇଥିବା ମନମୋହନ  ସୁଜାତାଙ୍କ ପ୍ରୋଫାଇଲ ଦେଖି ପସନ୍ଦ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥପନ ହୋଇଥିଲା । ଯାହା ପରେ ପ୍ରେମର ରୂପ ନେଇଥିଲା ।

ମନମୋହନ ଓ ସୁଜାତା ।

ସୁଜାତା ପ୍ରଥମେ ଦୃଷ୍ଟି ଶକ୍ତି ହରାଇ ବସିଥିବା କଥା ମନମୋହନଙ୍କୁ କହି ନ ଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଧୀରେ ଧୀରେ ବଢ଼ିବାରୁ ସୁଜାତା ନିଜ ସମସ୍ୟା ବିଷୟରେ ମନମୋହନଙ୍କୁ ସବୁ କହିଥିଲେ।   ସୁଜାତା ଜଣେ ଭିନ୍ନକ୍ଷମ ବୋଲି ଜାଣିବା ସତ୍ତ୍ୱେ ତାଙ୍କ ଜୀବନସାଥୀ ପାଲଟିବାକୁ ରାଜି ହୋଇଗଲେ ମନମୋହନ ।  ପ୍ରାୟ ୨ ବର୍ଷ ଉଭୟଙ୍କ ପ୍ରେମ ସମ୍ପର୍କ ଚାଲିବା ପରେ ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିର ସଭାଗୃହରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଏନେଇ ସୁଜାତା କହିଛନ୍ତି, ମୋତେ ସେ ପ୍ରଥମେ ବିବାହ ପ୍ରପୋଜାଲ ଦେଲେ। ଏହାପରେ ମୁଁ ମୋର ସତ କଥା ସବୁ ତାଙ୍କୁ କହିଲି। ସବୁ ଜାଣିବା ପରେ ସେ ବିବାହ କରିବାକୁ ରାଜି ହେଲେ। ମନମୋହନ କହିଛନ୍ତି, ଜଣେ ସଂସାରକୁ ଦେଖି ପାରୁଥିବ, ହେଲେ ହଠାତ୍‌ ତାକୁ ସବୁ ଅନ୍ଧକାର ହୋଇଯିବ , ତା’ର ମାନସିକ ଅବସ୍ଥା କିପରି ହେବ, ସେ କିପରି ଅବହେଳିତ ହେବ ତାହା ଅନୁଭବ କରିପାରିଲି। ତେଣୁ ତାକୁ ଜୀବନସାଥୀ କରିବାକୁ ସ୍ଥିର କଲି।

The post ସୁଜାତାଙ୍କୁ ସପନ ଦେଖିବା ମନା, ହେଲେ ମନ ଜିତିନେଲେ ମନମୋହନ appeared first on Odisha Reporter.



from Odisha Reporter https://ift.tt/LYP53kD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages