ତୀର୍ଥଯାତ୍ରୀ ଗାଡ଼ି ଓ କାର୍‌ ମୁହାଁମୁହିଁ ଧକ୍କା, ୧୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 13, 2022

ତୀର୍ଥଯାତ୍ରୀ ଗାଡ଼ି ଓ କାର୍‌ ମୁହାଁମୁହିଁ ଧକ୍କା, ୧୨ ଆହତ

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ବ୍ଲକ ଛକ ଟ୍ରାଫିକରେ ଏକ ଟ୍ରାଭେରା ଓ କାର୍‌ ମୁହାଁମୁହିଁ ଧକ୍କା ହେବାଫଳରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି।

ଗତକାଲି ବିଳମ୍ବିତ ରାତିରେ ଟ୍ରାଭେରାଟି ୨୨ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀରୁ ଛତିଶଗଡ଼ ଫେରୁଥିଲା। ଏହି ସମୟରେ ବଲାଙ୍ଗିରରୁ  ଭୁବନେଶ୍ୱର ଯାଉଥିବା ଏକ କାର୍‌ ସହ ସୁବର୍ଣ୍ଣପୁର ବ୍ଲକ ଛକ ଟ୍ରାଫିକରେ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରାଭେରାରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

କାର୍‌ରେ ଥିବା ଯାତ୍ରୀଙ୍କର କିଛି ହୋଇନାହିଁ। ଟ୍ରାଭେରାରେ ୨୨ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଥିଲେ। ଦୁର୍ଘଟଣାରେ ଟ୍ରାଭେରା ଓ କାର୍‌ର ସମ୍ମୁଖ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

 

The post ତୀର୍ଥଯାତ୍ରୀ ଗାଡ଼ି ଓ କାର୍‌ ମୁହାଁମୁହିଁ ଧକ୍କା, ୧୨ ଆହତ appeared first on Odisha Reporter.



from Odisha Reporter https://ift.tt/cJofSkm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages