ବାଲ ଠାକରେଙ୍କ ଲିଗାସି ଦାବି କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 30, 2022

ବାଲ ଠାକରେଙ୍କ ଲିଗାସି ଦାବି କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁମ୍ବାଇ/ନୂଆଦିଲ୍ଲୀ: ନିଜ ସମର୍ଥକ ବିଧାୟକଙ୍କୁ ଧରି କିଛି ଦିନ ହେବ ବିଦ୍ରୋହ କରିବା ପରେ ଗତକାଲି ଶିବସେନା ନେତା ଏକ ନାଥ ସିନ୍ଦେ ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ସମର୍ଥନରେ ଏକନାଥ ସିନ୍ଦେ ସରକକାର ଗଠନ କରିବା ସହ ମହାରାଷ୍ଟ୍ରରେ ୯ ଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମାର ଯବନିକା ଘଟିଛି। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ସିନ୍ଦେ ନିଜକୁ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ରାଜନୈତିକ ଦାୟାଦ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ ଆଜି ସକାଳେ ବାଲ ଠାକରେଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ  ଟ୍ୱିଟ୍‌ କରିଛନ୍ତି ।

କାରଣ ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ଲିଗାସିକୁ ନେଇ ଶିବସେନାରେ ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଥିଲା। ଏପରିକି ବିଦ୍ରୋହୀ ବିଧାୟକମାନେ ରାଜନୈତିକ ଫାଇଦା ପାଇଁ  କାଳେ ବାଲଠାକରେଙ୍କ ଲିଗାସିକୁ ଅପହରଣ କରିନେବେ ସେଇ ନେଇ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚିନ୍ତିତ ଥିଲେ। ତେଣୁ କିଛି ଦିନ ତଳେ ବାଲାସାହେବଙ୍କ ନାମକୁ କେହି ରାଜନୈତିକ ଦଳ ଗଠନ ଉଦ୍ଦେଶ୍ୟରେ ବ୍ୟବହାର ନକରିବାକୁ ଶିବସେନାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ।

କିନ୍ତୁ  ବିଦ୍ରୋହୀମାନଙ୍କର ନେତୃତ୍ୱ ନେଉଥିବା ସିନ୍ଦେ ନିଜକୁ ବାଲ ଠାକରେଙ୍କ ପ୍ରକୃତ ଅନୁଗାମୀ ଏବଂ ତାଙ୍କ ରାଜନୈତିକ ଆଦର୍ଶରେ ସେ ପରିଚାଳିତ ବୋଲି  ଦର୍ଶାଇ ଆସୁଥିଲେ।  ସିନ୍ଦେ ମଧ୍ୟ ତାଙ୍କ ଟ୍ୱିଟର ଫଟୋ ପରିବର୍ତ୍ତନ କରି ବାଲ ଠାକରେଙ୍କ ଫଟୋ ଯୋଡ଼ି ପ୍ରକୃତ ହିନ୍ଦୁତ୍ୱର ପରିଚୟ ଦେବାକୁ ଚାହିଁଛନ୍ତି । ଗତକାଲି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିଲେ ।

ସିନ୍ଦେଙ୍କ ସହିତ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍‌ୟାରୀ ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗୁରୁବାର ଦିନସାରା ଦେବେନ୍ଦ୍ର ଫଡ଼ନାବିସ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏବଂ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ଚାଲିଥିଲା। ଅପରାହ୍ନ ୪.୩୦ରେ ଏକ ସାମ୍ବାଦିକ ସମ୍ମିଳନୀରେ ଫଡ଼ନାଭିସ ସମସ୍ତଙ୍କୁ ଚମକାଇ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ଏବଂ ସେ ସରକାରରେ ସାମିଲ ହେବେନାହିଁ ବୋଲି କହିଥିଲେ। କିନ୍ତୁ ଏହାର ୩ ଘଣ୍ଟା ପରେ ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ଅନୁରୋଧକ୍ରମେ ଫଡ଼ନାବିସ ସରକାରରେ ରହିବାପାଇଁ ନିଷ୍ପତ୍ତି ନେଇଥିଲେ। ନଡ୍ଡାଙ୍କ ଅନୁରୋଧକ୍ରମେ ଫଡ଼ନାବିସ ସିନ୍ଦେ ସରକାରରେ ଯୋଗ ଦେଇଛନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି।

The post ବାଲ ଠାକରେଙ୍କ ଲିଗାସି ଦାବି କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ appeared first on Odisha Reporter.



from Odisha Reporter https://ift.tt/20WPjC6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages