ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ଶିବିରରେ ସେଲିବ୍ରେସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 29, 2022

ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ଶିବିରରେ ସେଲିବ୍ରେସନ

ମୁମ୍ବାଇ: ଗାଦି ବଞ୍ଚାଇବା ପାଇଁ ବହୁ କସରତ କରି ବିଫଳ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା  ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଯେଉଁ କାଉଣ୍ଟର ଆବେଦନ କରାଯାଇଥିଲା ତାହା ଖାରଜ ହୋଇଯିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଓହରିଯାଛନ୍ତି।  ଫଳରେ ମହାରାଷ୍ଟ୍ରରେ ମହାମେଣ୍ଟ ମହାବିକାଶ ଅଘାଡ଼ି ସରକାରଙ୍କ ପତନ ଘଟିଛି। ଉଦ୍ଧବଙ୍କ ଇସ୍ତଫା ଦେବା ପରେ ବିଜେପି ଶିବିରରେ ସେଲିବ୍ରେସନ ମାହୋଲ ଦେଖିବାକୁ ମିଳିଛି । ବିଜେପି  ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି।  ଆସନ୍ତା ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫ଼ଡନାଭିସ ଶପଥ ନେବା ସମ୍ଭାବନା ରହିଛି ।  ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଛନ୍ତି ଫଡନାଭିସ।

ତେବେ ଏ ନେଇ ଆଜି ସେ ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀ ଶିବସେନା ବିଧାୟକମାନେ ଗୋଆରୁ ଆଜି ମୁମ୍ବାଇ ଆସିବାର ଥିଲା । ତେବେ ଆଜି ମୁମ୍ବାଇ ନ ଆସିବାକୁ ସେମାନଙ୍କୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି । ଯେଉଁଦିନ ଶପଥ ଗ୍ରହଣ ସମାରୋହ ହେବ ସେଦିନ ଆସିବା ପାଇଁ ବିଧାୟକମାନଙ୍କୁ ମହାରାଷ୍ଟ୍ର ବିଜେପି ସଭାପତି ଅପିଲ୍ କରିଛନ୍ତି । ସେପଟେ ଶିବସେନା ବିଦ୍ରୋହୀ ବିଧାୟକମାନେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତଙ୍କ ସହ ଗୋଆରୁ ଆସି ରାଜଧାନୀ ପାଣାଜୀରେ ପହଞ୍ଚିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି ରାତିରେ ଉଦ୍ଧବ ଇସ୍ତଫା ଦେଇଛନ୍ତି । ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଠାକରେ।

ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍ ଲାଇଭରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ ଠାକରେ  । ଯେଉଁଥିରେ ସେ ନିଜ ଇସ୍ତଫା କଥା ଘୋଷଣା କରିଥିଲେ । ପରେ ନିଜ ବାସଭବନରୁ କଡ଼ା ସୁରକ୍ଷା ଭିତରେ ରାଜଭବନ ଆସି ରାଜ୍ୟପାଳଙ୍କୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଫେସବୁକ୍‌ ଲାଇଭରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଉଦ୍ଧବ କହିଛନ୍ତି, ତାଙ୍କ ପାଖରେ ଶିବସେନା ରହିଛି  । ସେ ଚାହାଁନ୍ତିନି କୌଣସି ଶିବସୈନିକଙ୍କ ରକ୍ତ ବହୁ ଏବଂ ଶିବସୈନିକ ରାସ୍ତାକୁ ଓହ୍ଲାନ୍ତୁ  । ଉଦ୍ଧବ କହିଛନ୍ତି, ତାଙ୍କ ସରକାରର ଭାଗ୍ୟ ଖରାପ  । ସିନ୍ଦେଙ୍କ ଭଳି ନେତାଙ୍କୁ ବିଶ୍ୱାସ କରି ସେ ସବୁଠୁ ବଡ ଭୁଲ୍ କରିଛନ୍ତି ।  ତେବେ ସେ ଆଦୌ ବିଚଳିତ କି ଭୟଭୀତ ନୁହଁନ୍ତି  । କିଛି ଭଲ କାମ କଲେ ତାଉପରେ ନଜର ଲାଗିଯାଏ ବୋଲି କହିଛନ୍ତି ଉଦ୍ଧବ।  ଏନସିପି ଓ କଂଗ୍ରେସ ଶେଷ ପର୍ଯ୍ୟନ୍ତ ତାଙ୍କ ହାତ ଛାଡିନଥିବାରୁ ସେ ଧନ୍ୟବାଦ ଦେଇଛନ୍ତି ।

The post ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ଶିବିରରେ ସେଲିବ୍ରେସନ appeared first on Odisha Reporter.



from Odisha Reporter https://ift.tt/7YrXmoA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages