ଛାତ୍ରାବାସରେ ଫୁଟିଲା କରୋନା ବୋମା, ଚିହ୍ନଟ ହେଲେ ୧୩ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 8, 2022

ଛାତ୍ରାବାସରେ ଫୁଟିଲା କରୋନା ବୋମା, ଚିହ୍ନଟ ହେଲେ ୧୩ ପଜିଟିଭ

କଟକ(ଓଡ଼ିଶା ରିପୋର୍ଟର):  କିଛି ଦିନର ବ୍ୟବଧାନରେ ପରେ ଦେଶର ବିଭିନ୍ନ ରାଜ୍ୟରେ କାୟା ମେଲାଇବା ଆରମ୍ଭ କଲାଣି ମହାମାରୀ କରୋନା।  ଦେଶରେ ସଂକ୍ରମଣର ଗ୍ରାଫ ପୁଣି ଥରେ ଉପର ମୁହାଁ ହୋଇଥିବା ବେଳେ ଆମ ରାଜ୍ୟରେ ବି ଦେଖାଦେଲାଣି କରୋନା ଭୟ। କଟକର ଏକ ଶିକ୍ଷାନୁଷ୍ଠାନରେ ଫୁଟିଛି କରୋନା ବୋମା।

କଟକ ୫୯ ନଂ ୱାର୍ଡ ବମ୍ଫକୁଦଠାରେ ଥିବା ଏକ ଘରୋଇ କଲେଜ ଛାତ୍ରାବାସରେ ୧୩  ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଉକ୍ତ ଛାତ୍ରାବାସରେ ମୋଟ ୨୦୦ ଜଣ ଅନ୍ତେବାସୀ ରୁହନ୍ତି। କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା ।  ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ସମସ୍ତଙ୍କର ଆରଟିପିସିଆର ପରୀକ୍ଷା କରାଯିବ ।

ଜିଲ୍ଲାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଟିମ୍ ସହ ରାଜ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଦଳ ଆଜି ସେଠାରେ ପହଞ୍ଚି ପିଲାମାନଙ୍କ ନମୂନା ସଂଗ୍ରହ କରିବେ । ଏନେଇ କଟକ ଜିଲ୍ଲା କୋଭିଡ ନୋଡାଲ ଅଫିସର ଡ଼ାଃ ଉମେଶ ଚନ୍ଦ୍ର ରାୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ତେଣୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି।

କରୋନା ମହାମାରୀ ଯୋଗୁ ଦୀର୍ଘ ୨ ବର୍ଷ ପିଲାମାନେ ସ୍କୁଲ ଆସି ପାରୁ ନ ଥିବା ବେଳେ ଚଳିତ ଶିକ୍ଷା ବର୍ଷ କ୍ଲାସ୍‌ରେ ଆରମ୍ଭ ହୋଇଛି ପାଠପଢ଼ା ।  ଏବେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଖୋଲି ସାରିଥିବା ବେଳେ ଧୀରେ ଧୀରେ ସଜାଡ଼ି ହେଉଛି ଶିକ୍ଷା ବ୍ୟବସ୍ଥା । ହେଲେ  ପୁଣି ଥରେ କରୋନା ମୁଣ୍ଡ ଟେକିବା ଆରମ୍ଭ କରିଥିବାରୁ ଏହାକୁ ମୁକାବିଲା କରିବାକୁ କ’ଣ ରହିବ ସରକାରଙ୍କ ବ୍ଲୁ ପ୍ରିଣ୍ଟ, ପିଲାମାନଙ୍କୁ କିପରି ଏହା କବଳରୁ ରକ୍ଷା କରାଯିବ ସେନେଇ ଚିନ୍ତାରେ ପଡ଼ିଲେଣି ଅଭିଭାବକ  ।

ସୂଚନାଯୋଗ୍ୟ, ଏକାଧିକ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ୯୩ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ଗତକାଲି ୫ ହଜାର ପାର କରିଛି। ଗତକାଲି କେବଳ  କରୋନାର ଦୈନିକ ସଂକ୍ରମଣ ୪୧% ବଢ଼ିଥିବା ବେଳେ ୫,୨୩୩ ପଜିଟିଭ ଚିହ୍ନଟ ହୋଇଥିଲେ।  ଆଜି ଏହି ସଂଖ୍ୟା ୭,୨୪୦ରେ ପହଞ୍ଚିଛି।  କରୋନା ହଠାତ୍‌ ଡିଆଁ ମାରିବା ଆରମ୍ଭ କରିଥିବାରୁ ଏହାକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି।

The post ଛାତ୍ରାବାସରେ ଫୁଟିଲା କରୋନା ବୋମା, ଚିହ୍ନଟ ହେଲେ ୧୩ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/X8LdjrJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages