ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ର ସ୍ପେଶାଲ୍ ସେଲ୍ର ସାଇବର ୟୁନିଟ୍। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଥିବା ଅଭିଯୋଗରେ ଏହି ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ନୂପୁରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନେ ହେଉଛନ୍ତି- ବିଜେପିରୁ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ, ଶାଦବ ଚୌହାନ, ସାମ୍ବାଦିକ ସବା ନକଭୀ, ମୌଲାନା ମୁଫ୍ତୀ ନଦୀମ, ଅବଦୁଲ ରହମାନ, ଗୁଲଜାର ଅନ୍ସାରୀ, ଅନୀଲ କୁମାର ମୀନା ଓ ପୂଜା ଶକୁନ। ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହା ପରେ ଏହି ବିବାଦ ବଢ଼ିଥିଲା। ସେଥିପାଇଁ ବିଦେଶରେ ମଧ୍ୟ ଭାରତକୁ ସମାଲୋଚିତ ହେବାକୁ ପଡ଼ିଛି। ବିଶେଷ କରି ମୁସ୍ଲିମ୍ ରାଷ୍ଟ୍ର ଗୁଡ଼ିକ ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି। ତେବେ ଏତିକି କାର୍ଯ୍ୟାନୁଷ୍ଠାନରେ କେହି ସନ୍ତୁଷ୍ଟ ନାହାନ୍ତି। ତାଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ବିଜେପି ତରଫରୁ କୁହାଯାଇଛି ଯେ ନୂପୁର ଶର୍ମା ଦେଇଥିବା ମନ୍ତବ୍ୟ ଦଳର ମୂଲ ବିଚାରଧାରା ବିରୋଧୀ।
ନିଲମ୍ବନ ହେବା ପରେ ନୂପୁର ଶର୍ମା କ୍ଷମା ପ୍ରାର୍ଥନା କରିଥିବା ବେଳେ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି। ସେଥିପାଇଁ ତାଙ୍କୁ ପୁଲିସ୍ ସୁରକ୍ଷା ଯୋଗାଇ ଦେଇଛି।
The post ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/HfmwS84
No comments:
Post a Comment