ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ଜିରାଫ ‘ଖୁସି’କୁ ମିଳିବ ଜୀବନ ସାଥୀ। ୭ ବର୍ଷ ଧରି ନିଃସଙ୍ଗ ଜୀବନ ବିତାଉଥିବା ‘ଖୁସି’ ପାଇଁ ସାଥୀଟିଏ ଆସିବ। ଅଲିପୁର ଚିଡ଼ିଆଖାନାରୁ ଖୁସି ପାଇଁ ସାଥୀ ଆଣିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ଖୁସି ଓ ତାର ସାଥୀ ମିଶି କରି ରହିବେ। ପୂର୍ବରୁ ନନ୍ଦନକାନନକୁ ଦୁଇ ଦୁଇ ଥର ଅଣ୍ଡିରା ଜିରାଫ ଅଣା ଯାଇଥିଲେ ମଧ୍ୟ ସେମାନେ ମରିଯିବାରୁ ଖୁସି ଏକୁଟିଆ ରହୁଛି।
ସେହିପରି ନନ୍ଦନକାନନ ଚିଡ଼ିଆଖାନାରେ ଆଫ୍ରିକୀୟ ସିଂହୀ, ଚିଙ୍କାରା, ସାରସ କ୍ରେନ୍, ଲାର୍ଜ ଏଗରେଟ୍ ଭଳି ମୋଟ ୧୬ ପ୍ରଜାତିର ପକ୍ଷୀ, ୭ଟି ପ୍ରଜାତିର ସ୍ତନ୍ୟପାୟୀ ଓ ୪ ସରୀସୃପ ଦୀର୍ଘ ବର୍ଷ ହେଲା ନିଃସଙ୍ଗ ଜୀବନ ବିତାଉଛନ୍ତି। ସେମାନଙ୍କ ପାଇଁ ମଧ୍ୟ ସାଥୀ ଆସିବେ।
ଚିଡିଆଖାନା ଆଇନ ଅନୁଯାୟୀ, ପ୍ରାଣୀମାନେ ନିଃସଙ୍ଗ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବା ସହ ବଂଶବୃଦ୍ଧି ଓ ବିକାଶ ଦିଗରେ ପ୍ରଭାବ ପଡ଼ିଥାଏ। ଏଣୁ ୨୦୨୨ ଶେଷ ସୁଦ୍ଧା ନିଃସଙ୍ଗ ପ୍ରାଣୀଙ୍କୁ ସାଥୀ ମିଳିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସଂଜିତ କୁମାର କହିଛନ୍ତି, ୧୬ ପ୍ରଜାତିର ପକ୍ଷୀ, ୭ଟି ପ୍ରଜାତିର ସ୍ତନ୍ୟପାୟୀ ଓ ୪ ସରୀସୃପ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ବର୍ଷ ହେଲା ନିଃସଙ୍ଗରେ ଜୀବନ ବିତାଉଛନ୍ତି। ସେମାନେ ନିଃସଙ୍ଗରେ ରହିବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବା ସହ ବଂଶବୃଦ୍ଧି ଓ ବିକାଶ ଦିଗରେ ପ୍ରଭାବ ପଡ଼ିବ। ସେମାନଙ୍କୁ ନିଃସଙ୍ଗ ରଖିବା ଠିକ୍ ନୁହେଁ। ଏନେଇ ସେଣ୍ଟ୍ରାଲ ଜୁ ଅଥରିଟିକୁ ଅବଗତ କରାଯିବା ସହିତ ଯଥାଶୀଘ୍ର ପ୍ରକ୍ରିୟା ସାରିବାକୁ ଅନୁରେଧ କରାଯାଇଛି।
The post ‘ଖୁସି’ ପାଇଁ ଖୁସି ଖବର, ୭ ବର୍ଷ ପରେ ମିଳିବ ଜୀବନ ସାଥୀ appeared first on Odisha Reporter.
from Odisha Reporter https://ift.tt/wYeKqFP
No comments:
Post a Comment