ଆଜି ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 3, 2022

ଆଜି ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର ସହର। ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ କରାଯାଇଛି ନିମନ୍ତ୍ରଣ। ଗୁରୁବାର ଦିନ ନନ୍ଦପଡ଼ା ପରେ ଗତକାଲି ଝାଡୁଆପଡ଼ା, ମୁଦିପଡ଼ା ଓ ଅନ୍ୟାନ୍ୟ ପଡ଼ାମାନଙ୍କରେ ଦେବ ନିମନ୍ତ୍ରଣ ବା ହନୁମାନ ନିଉତା ଅନୁଷ୍ଠିତ ହୋଇଛି।

ପ୍ରଭୁ ହନୁମାନ ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଳାବାବା, ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ,ନାଚ ଗୀତ ସହ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଯିବେ  କନ୍ୟା ଘରକୁ। ସେଠାରେ ବିଧିମତେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ। ଦେବ ଦମ୍ପତିଙ୍କ ବିବାହ ପାଇଁ ଉଭୟ ବର ଓ କନ୍ୟା ଘରେ ଚାଲିଛି ସଜବାଜ। ମହିଳାମାନେ  ପାରମ୍ପରିକ ନାଚ ଗୀତ ଗାଇ ମେହେନ୍ଦି ଲଗାଇଛନ୍ତି।

The post ଆଜି ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ appeared first on Odisha Reporter.



from Odisha Reporter https://ift.tt/di0zAp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages