ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 3, 2022

ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ

ସମ୍ବଲପୁର(ସଞ୍ଜୟ ଜେନା): ଅଟା କିଣିବା ବାହାନାରେ ଦୋକାନରେ ପଶିଲେ। ଆଉ ସୁଯୋଗ ଦେଖି ବୃଦ୍ଧ ଦୋକାନୀଙ୍କୁ ତଳେ ପକାଇ  ଦୋକାନରୁ ନଗଦ ୭୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ। ସମ୍ବଲପୁର ଧନୁପାଲି ଷ୍ଟେସନ ଅଞ୍ଚଳରେ ଗତକାଲି ଏପରି ଏକ ଲୁଟ୍‌ ହୋଇଥିବା ବେଳେ ଲୁଟ୍‌ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାରେ ୫ ଜଣ ମୁଖାଧାରୀ ସାମିଲ ଥିବା ବେଳେ ସେମାନଙ୍କୁ ଖୋଜୁଛି ପୁଲିସ୍‌।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଶ୍ୟାମସୁନ୍ଦର ଡାଲମିୟା ଓ ତାଙ୍କ ପତ୍ନୀ ଦୋକାନରେ ବସିଥିଲେ। ଏତିକି ବେଳେ ଅଟା କିଣିବା ବାହାନାରେ ପ୍ରଥମେ ୨ ଜଣ ଲୋକ ଦୋକାନକୁ ଆସିଥିଲେ । କିଛି ସମୟ ପରେ ଆଉ ୫ ଜଣ ମୁଖାଧାରୀ ଲୋକ ପଶିଥିଲେ। ସମସ୍ତେ ମିଳିତ ଭାବେ ଶ୍ୟାସୁନ୍ଦରଙ୍କୁ ତଳେ ପକାଇ ବାନ୍ଧି ଦେଇଥିଲେ।  ଶ୍ୟାସୁନ୍ଦର ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ  ମାଡ଼ ମାରି ସେ ପିନ୍ଧିଥିବା ସୁନା ଅଳଙ୍କାର ଓ ଦୋକାନରେ ଥିବା ୭୦ ହଜାର ଟଙ୍କା ଧରି ଫେରାର ହୋଇଯାଇଥିଲେ ।

ଦୁର୍ବୃତ୍ତମାନେ ସିସିଟିଭି ଫୁଟେଜ ପାଇଁ ହାର୍ଡଡିସ୍କ ନେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ appeared first on Odisha Reporter.



from Odisha Reporter https://ift.tt/0gC9GZr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages