ଭୋପାଲ: ସୋଶାଲ ମିଡିଆରେ ଭାଇରାଲ ହେବା ନିଶା ଆଜିକାଲି ସମସ୍ତଙ୍କୁ ଘାରିଛି। ଲାଇକ୍ସ, କମେଣ୍ଟ, ଶେୟାର ନିଶାରେ ସମସ୍ତେ ପାଗଳ। ସମସ୍ତଙ୍କୁ ଘାରିଛି ଇନଷ୍ଟାଗ୍ରାମ ରିଲ୍ସ ନିଶା। ରିଲ୍ସ ଭିଡିଓ ତିଆରି କରି ସମସ୍ତେ ଲାଇକ୍ସ ଓ ଶେୟାର ବଢ଼ାଇବା ପାଇଁ ଚାହୁଁଛନ୍ତି। ଏହି ନିଶାରେ ଯୁବପିଢ଼ି ଅନେକ ଭୟଙ୍କର ଷ୍ଟଣ୍ଟ ଭିଡିଓ କରି ନିଜ ଜୀବନକୁ ବାଜି ଲଗାଉଛନ୍ତି। ସେହିପରି ଅନେକ ଏହି ଚକ୍କରରେ ପ୍ରାଣ ମଧ୍ୟ ହରାଇ ସାରିଲେଣ। ନକିଟରେ ଏଭଳି ହିଁ ଏକ ଘାଟଣା ସାମ୍ନାକୁ ଆସିଛି। ଇନ୍ଷ୍ଟାଗ୍ରାମ ରିଲ୍ସ ଭିଡିଓ ତିଆରି କରୁ କରୁ ୩ ଜଣଙ୍କ ଜୀବନ ଚାଲିଯାଇଛି।
ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଭେଡାଘାଟରେ ଇନଷ୍ଟାଗ୍ରାମରେ ରିଲ୍ସ ଭିଡିଓ ତିଆରି କରିବାକୁ ଯାଇ ନଦୀରେ ବୁଡି ଯାଇଛନ୍ତି ୩ ଜଣ। ଏହି ୩ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ଛାତ୍ରୀ ଥିବା ବେଳେ ଜଣେ ଶିକ୍ଷକ ଅଛନ୍ତି। ତେବେ ନର୍ମଦା ନଦୀରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୨ଜଣଙ୍କ ଖୋଜାଖୋଜି ଚାଲିଛି।
ମଙ୍ଗଳବାର ମଧ୍ୟପ୍ରଦେଶ ଜବଲପୁରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭେଡାଘାଟର ଧୂଆଁଧାର ଫଲ୍ସ ବୁଲିବାକୁ ୮ ଜଣ ପର୍ଯ୍ୟଟକ ଆସିଥିଲେ। ଏଠାରେ ଥିବା ନର୍ମଦା ନଦୀ ଘାଟରେ ପଥର ଉପରେ ଠିଆ ହୋଇ ଜଣେ ଛାତ୍ରୀ ଖୁସବୁ ସିଂହ ଇନ୍ଷ୍ଟାଗ୍ରାମରେ ରିଲ୍ସ ଭିଡିଓ ତିଆରି କରୁଥିଲେ। ଏତିକି ବେଳେ ତାଙ୍କ ଗୋଡ ଖସି ଯାଇଥିଲା ଓ ସେ ନଦୀରେ ଭାସି ଯାଇଥିଲେ। ଏହାଦେଖି ଛାତ୍ରୀଙ୍କୁ ବଞ୍ଚାଇବାକୁ ନଦୀକୁ ଶିକ୍ଷକ ରାକେଶ କୁମାର ଡେଇଁପଡି ସେ ମଧ୍ୟ ଭାସିଯାଇଥିଲେ। ପରେ ଶିକ୍ଷକଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ଛାତ୍ର ରାମ ସାହୁ ମଧ୍ୟ ନଦୀକୁ ଡେଇଁ ପଡିଥିଲେ। ତେବେ ସେ ମଧ୍ୟ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।
କିଛି ସମୟ ପରେ ଛାତ୍ରୀ ଖୁସବୁ ସିଂହଙ୍କୁ ମୃତଦେହ ନଦୀରୁ ଉଦ୍ଧାର ହୋଇଥିବା ବେଳେ ରାମ ସାହୁ ଓ ଶିକ୍ଷକ ରାକେଶ କୁମାର ଏବେବି ନିଖୋଜ ଅଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ସନ୍ଧାନ ଜାରି ରହିଛି। ସେପଟେ ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାର ଲୋଙ୍କୁ ସମବେଦନା ଜଣାଇଛନ୍ତି।
जबलपुर के भेड़ाघाट में सेल्फी लेने के दौरान हुई दुर्घटना में विद्यार्थियों के निधन का हृदय विदारक समाचार प्राप्त हुआ।
ईश्वर से दिवंगत आत्माओं को अपने श्रीचरणों में स्थान और परिजनों को यह गहन दु:ख सहन करने की शक्ति देने की प्रार्थना करता हूं। विनम्र श्रद्धांजलि!
— Shivraj Singh Chouhan (@ChouhanShivraj) June 15, 2022
The post ଲାଇକ୍ସ, କମେଣ୍ଟ, ଶେୟାର: ଚାଲିଗଲା ୩ ଜୀବନ appeared first on Odisha Reporter.
from Odisha Reporter https://ift.tt/Cbm9HeE
No comments:
Post a Comment