ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ପ୍ରତି ବଢ଼ିଲା ସଙ୍କଟ। ଆସନ୍ତାକାଲି ଦେବେ ଅଗ୍ନି ପରୀକ୍ଷା। ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଅଛି କି ନାହିଁ ଦେବାକୁ ପଡ଼ିବ ପରୀକ୍ଷା। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ ଲାଗି ଫ୍ଲୋର ଟେଷ୍ଟ ଦେବାକୁ କହିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଫ୍ଲୋର ଟେଷ୍ଟ ପାଇଁ ଉଦ୍ଧବ ଠାକରେଙ୍କୁ କହିଛନ୍ତି ରାଜ୍ୟପାଳ। ଆସନ୍ତାକାଲି ସେସନର ଭିଡିଓ ରେର୍ଡ଼ ପାଇଁ କହିଛନ୍ତି ରାଜ୍ୟପାଳ। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ବିଧାସଭାରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଏଥିରେ କେବଳ ଫ୍ଲୋର ଟେଷ୍ଟ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା ହେବ। ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ଦଳରୁ ୩୯ ଜଣ ବିଧାୟକ ସମର୍ଥନ ପ୍ରତ୍ୟାର ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ରାଜ୍ୟପାଳ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ ଗତକାଲି ତାଙ୍କୁ ଭେଟି ସରକାରଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ଦାବି କରିଥିବା ରାଜ୍ୟପାଳ କହିଛନ୍ତି।
ଫ୍ଲୋର୍ ଟେଷ୍ଟ ସମ୍ପର୍କରେ ଗତକାଲି ଦେବେନ୍ଦ୍ର ଫଡ଼ନାଭିସ୍ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଦାବି ଜଣାଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉଦ୍ଧବ ସରକାର ଏବେ ଅଳ୍ପମତରେ ଥିବା ଜଣାଇବା ସହିତ ରାଜ୍ୟପାଳଙ୍କୁ ଭେଟି ବହୁମତ ସାବ୍ୟସ୍ତ ପାଇଁ ଦାବି କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ରାଜ୍ୟରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି ।
ଶିବସେନାର ୩୯ ବିଧାୟକ ବାହାରେ ଅଛନ୍ତି । ଏହି ବିଦ୍ରୋହୀ ବିଧାୟକ ମାନେ କଂଗ୍ରେସ ଏବଂ ଏନସିପି ସରକାରରେ ରହିବାକୁ ଚାହୁଁନଥିବା କହୁଛନ୍ତି । ଏହାର ସିଧା ଅର୍ଥ ଏହି ୩୯ ବିଧାୟକ ସରକାରଙ୍କ ସାଥିରେ ନାହାନ୍ତି । ଏଥିଲାଗି ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଫ୍ଲୋର୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ଫଡ଼ନାଭିସ୍ । ଏଥିସହ ୮ ଜଣ ନିର୍ଦଳୀୟ ବିଧାୟକ ମଧ୍ୟ ଇ-ମେଲ୍ ଯୋଗେ ବହୁମତ ସାବ୍ୟସ୍ତ ପାଇଁ ଦାବି କରିଥିବା ଜଣାପଡ଼ିଛି।
The post କାଲି ଅଗ୍ନି ପରୀକ୍ଷା ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଫ୍ଲୋର ଟେଷ୍ଟ ପାଇଁ ଡାକିଲେ ରାଜ୍ୟପାଳ appeared first on Odisha Reporter.
from Odisha Reporter https://ift.tt/3lN5AgZ
No comments:
Post a Comment