ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ, ଜମୁଛି ଭକ୍ତଙ୍କ ଗହଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 28, 2022

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ, ଜମୁଛି ଭକ୍ତଙ୍କ ଗହଳି

ପୁରୀ(ଓଡ଼ିଶା ରିପୋର୍ଟର):  ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୫ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ସେଠାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ  ।

ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ସକାଳ ୮ଟାରୁ ପରିମାଣିକ ଦର୍ଶନ ପରେ ଚାଲିଛି ସର୍ବସାଧାରଣ ଦର୍ଶନ । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମୟ ରହିଛି ।

ଶ୍ରୀନଅର ଠାରୁ ସିଂହଦ୍ୱାର ଯାଏଁ  ସ୍ୱତନ୍ତ୍ର ସେଡ୍ ବ୍ୟାରିକେଡରେ ଶ୍ରଦ୍ଧାଳୁଙ୍କ ଭିଡ଼  ଲାଗିଛି। ଆଜି ଓ କାଲି ୨ ଦିନ ଧରି ନବଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ ।  ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍‌ ମୁତୟନ ଥିବା ବେଳେ ଜଳ ସିଞ୍ଚନ ପାଇଁ ଅଗ୍ନିଶମ ଗାଡ଼ି ମୁତୟନ ଅଛନ୍ତି।

ଶ୍ରୀଜୀଉଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ।

ବିଶେଷ ନୀତି ପାଇଁ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା  ୬ଟା ୩୦ରୁ ରାତି ୯ଟା ଯାଏଁ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଏବଂ ସନ୍ଧ୍ୟା  ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ  ।  ଏପଟେ ରାତି ୯ଟାରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ।

ନବଯୌବନ ଦର୍ଶନ ପୂର୍ବରୁ ଗତକାଲି ଶ୍ରୀଜିଉଙ୍କ ବନକ ଲାଗି ଓ ଚନ୍ଦନ ଲାଗି କରାଯାଇଥିଲା । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ଅନୁଷ୍ଠିତ ହେବ ।  ଆସନ୍ତାକାଲି ହେବ ମହାପ୍ରଭୁଙ୍କ ଉଭାଯାତ୍ରା ।  ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବନାହିଁ  ।

ଏନେଇ ଜିଲ୍ଲାପାଳ କହିଛନ୍ତି, ନୀତି ସୁରୁଖୁରରେ ଚାଲିଛି। ଯେଉଁ ସମୟରେ ମନ୍ଦିର ଖୋଲା ରହିବ, ଭକ୍ତମାନେ ସେହି ସମୟ ଅନୁଯାୟୀ ଆସିବାକୁ ଅନୁରୋଧ କରୁଛୁ।

ପୁରୀ ଏସ୍‌ପି ବିଶାଲ କନୱର କହିଛନ୍ତି, ଏବେ ସିଂହଦ୍ୱାରରୁ ଭକ୍ତମାନେ ପ୍ରବେଶ କରୁଛନ୍ତି। କ୍ତଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୪୦ ପ୍ଲାଟୁନ ଫୋର୍ସ, ୫୦ ଅଧିକାରୀଙ୍କୁ ମୁତୟନ କରାଯାଇଛି।

The post ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ, ଜମୁଛି ଭକ୍ତଙ୍କ ଗହଳି appeared first on Odisha Reporter.



from Odisha Reporter https://ift.tt/d8CFpzD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages