ପ୍ରୟାଗରାଜ ହିଂସା: ଘର ଭାଙ୍ଗିବା ପୂର୍ବରୁ ଅଭିଯୁକ୍ତଙ୍କ ଘରୁ ମିଳିଲା ବେଆଇନ ବନ୍ଧୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 12, 2022

ପ୍ରୟାଗରାଜ ହିଂସା: ଘର ଭାଙ୍ଗିବା ପୂର୍ବରୁ ଅଭିଯୁକ୍ତଙ୍କ ଘରୁ ମିଳିଲା ବେଆଇନ ବନ୍ଧୁକ

ପ୍ରୟାଗରାଜ: ପ୍ରୟାଗରାଜ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ବୁଲିଛି। ପ୍ରଫେଟ ମହମ୍ମଦଙ୍କ ବିରୋଧୀ ମନ୍ତବ୍ୟ ନେଇ ହିଂସାତ୍ମକ ଆନ୍ଦୋଳନ କରିବା ଅଭିଯୋଗରେ ପୁଲିସ ଜାଭେଦ୍ ମହମ୍ମଦଙ୍କ ସମେତ ୫୦ରୁ ଅଧିକ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଜାଭେଦ୍ ମହମ୍ମଦଙ୍କ ଘରେ ସ୍ଥାନୀୟ ପ୍ରଶାସନ ବୁଲଡୋଜର ଚଢ଼ାଇଥିବା ବେଳେ ତାଙ୍କ ଦୁଇ ମହଲା ଘର ଭାଙ୍ଗି ଦିଆଯାଇଛି। ପୁଲିସ କହିଛି କହିଛି ଯେ, ଜାଭେଦଙ୍କ ଘରୁ ବେଆଇନ୍ ଅସ୍ତ୍ରଶସ୍ତ୍ର ମିଳିଛି।  ଗତକାଲି ଭାଙ୍ଗିବା ପୂର୍ବରୁ ତାଙ୍କ ଘରେ ସର୍ଚ୍ଚ କରାଯାଥିଲା।  ଏହି ସର୍ଚ୍ଚ ଅପରେଶନ ବେଳେ ପୁଲିସ ତାଙ୍କ ଘରୁ ବେଆଇନ ବନ୍ଧୁକ ଜବତ କରିଥିବା କହିଛି।  ପ୍ରୟାଗରାଜାର ଏସପି ଅଜୟ କୁମାର କହିଛନ୍ତି ଯେ, ଆମେ ଜାଭେଦଙ୍କ ଘରୁ ୧୨ ବୋର ପିସ୍ତଲ ବେଆଇନ ପିସ୍ତଲ, ୩୧୫ ବୋର୍‌ ପିସ୍ତଲ ଏବଂ କିଛି ଡକ୍ୟୁମେଣ୍ଟ ପାଇଛୁ।

ଯେଉଁଥିରେ କୋର୍ଟ ବିରୋଧରେ  ଆପତ୍ତିଜନକ ମନ୍ତବ୍ୟ ସବୁ ରହିଛି। ଜାଭେଦ ହେଉଛନ୍ତି ୱେଲଫେୟାର ପାର୍ଟି ଅଫ ଇଣ୍ଡିଆର ନେତା। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାଙ୍କୁ ଏକ ନୋଟିସ ଜାରି କରାଯାଇଥିଲା। ଏହି ନୋଟିସରେ ତାଙ୍କ ଘର ବେଆଇନ ଭାବେ ଜବରଦଖଲ ଜମିରେ ନିର୍ମାଣ ହୋଇଥିବା ଦର୍ଶାଯାଇଛି। ତାଙ୍କୁ  ମେ’ ମାସ ସୁଦ୍ଧା ଜବର ଦଖଲରୁ  ଖାଲି କରିବାକୁ ଅର୍ଥାତ ବେଆଇନ ନିର୍ମାଣ ଭାଙ୍ଗିବାକୁ କୁହାଯାଇଥିଲା। ହେଲେ ସେ  ଏହି ନିର୍ଦ୍ଦଦ୍ଦେ ଅମାନ୍ୟ କରିଥିଲେ।  ଗତକାଲି ଶାହାରନପୁରରରେ ଜାଭେଦଙ୍କ ସମେତ ଆଉ ଜଣେ ଅଭିଯୁକ୍ତଙ୍କକ ଘରେ ବୁଲଡୋଜର ବୁଲି ଥଲା।

ଜୁନ୍‌ ୩ରେ ହୋଇଥିବା ଢେଲାପଥର ମାଡ଼କୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ଜହାବହଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପଢ଼ୁଥିବା ମହମ୍ମଦ ଜାଭେଦଙ୍କ ଝିଅ ଆଫ୍ରିନ୍‌ ଫତିମା ବିରୋଧ କରି ସ୍ୱର ଉତ୍ତୋଳନ କରିଥିବା ବେଳେ ତାଙ୍କୁ ସମର୍ଥନ କରିଛି ଜେଏନୟୁ। ୟୁପିର ଯୋଗୀ ସରକାରଙ୍କ ବୁଲଡୋଜର ଅଭିଯାନ ବିରୋଧରେ ଫତିମା ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିବା ବେଳେ ଜେଏନୟୁ ତାଙ୍କ ସମର୍ଥନରେ ଆଗକୁ ଆସିଛି।  ଫତିମା ତାଙ୍କ ଘର ଓ ବାପାଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଛନ୍ତି। ତାଙ୍କ ପରିବାର ଲୋକେ ଅସୁରକ୍ଷିତ ଥିବା କହିବା ସହ ଘର ଭାଙ୍ଗି ଦେଇଥିବାରୁ ଏବେ ସେମାନେ କଣ କରିବା ବୋଲି କହିଛନ୍ତି। ବୁଲଡୋଜର ଲାଗାଇ ୟୁପି ସରକାର ଘର ଭଙ୍ଗାରୁଜା ବନ୍ଦ କରନ୍ତୁ ବୋଲି ସେ କ୍ଷୋଭର ସହ କହିଛନ୍ତି। ପ୍ରଫେଟ ମହମ୍ମଦଙ୍କ ବିରୋଧୀ ମନ୍ତବ୍ୟକୁ ନେଇ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିବାଦ ଘନେବାରେ ଲାଗିଛି। ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ବିରୋଧରେ ଆନ୍ଦୋନ ଜାରି ରହିଛି।

The post ପ୍ରୟାଗରାଜ ହିଂସା: ଘର ଭାଙ୍ଗିବା ପୂର୍ବରୁ ଅଭିଯୁକ୍ତଙ୍କ ଘରୁ ମିଳିଲା ବେଆଇନ ବନ୍ଧୁକ appeared first on Odisha Reporter.



from Odisha Reporter https://ift.tt/mPEoqZw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages