ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଚସ୍ପତି ପଦ ପାଇଁ ଆଜି ହେବ ନିର୍ବାଚନ। ଏଥିଲାଗି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ବାଚସ୍ପତି ନିର୍ବାଚନ ପାଇଁ ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନରେ ବିଧାନସଭାରେ ସମସ୍ତ ବିଧାୟକମାନଙ୍କୁ ଉପସ୍ଥିତ ରହିବା ଲାଗି କୁହାଯାଇଛି। ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିତ ଅନ୍ୟ କେହି ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ନାମାଙ୍କନ କରିନାହାନ୍ତି।
ବିକ୍ରମ କେଶରୀ ଆରୁଖ ଆଜି ବିଧିବଦ୍ଧ ଭାବେ ନିର୍ବାଚିତ ହେବା ସହ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଥିଲେ।
The post ବାଚସ୍ପତି ପଦ ପାଇଁ ଆଜି ନିର୍ବାଚନ appeared first on Odisha Reporter.
from Odisha Reporter https://ift.tt/1j6P8ai
No comments:
Post a Comment