ଆଜିଠୁ ସମୁଦ୍ରମୁହାଁ ମତ୍ସ୍ୟଜୀବୀ, ୨ ମାସ ପରେ ଉଠିଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 14, 2022

ଆଜିଠୁ ସମୁଦ୍ରମୁହାଁ ମତ୍ସ୍ୟଜୀବୀ, ୨ ମାସ ପରେ ଉଠିଲା କଟକଣା

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରରୁ ଉଠିଲା ମାଛଧରା କଟକଣା । ୨ ମାସ ପରେ କଟକଣା ହଟିଥିବା ବେଳେ ଆଜିଠୁ ସମୁଦ୍ରକୁ ଯିବାକୁ ବାହାରିଛନ୍ତି ମତ୍ସ୍ୟଜୀବୀ । ଟ୍ରଲରରେ ବରଫ, ଡିଜେଲ, ପିଇବା ପାଣି ଓ ରାସନ ସାମଗ୍ରୀ ଧରି ସମୁଦ୍ର ମୁହାଁ ହୋଇଛନ୍ତି ଟ୍ରଲର ।  ମୌସୁମୀ ଆସିଲେ ଭଲ ମାଛ ମିଳିବାର ଆଶା ରହିଛି । ସେପଟେ ସମୁଦ୍ରକୁ ଯିବା ପୂର୍ବରୁ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି ମତ୍ସ୍ୟଜୀବୀ ।

ପ୍ରଜନନ ଋତୁ ପାଇଁ ପାରାଦୀପ ବନ୍ଦରରେ ମାଛଧରା ଉପରେ କଟକଣା ଲଗାଇଯାଇଥିଲା ।  ଦୀର୍ଘ ଦିନ ପରେ ଏହି କଟକଣା ଉଠିଥିବାରୁ ମତ୍ସ୍ୟଜୀବୀ ବେଶ୍‌ ଖୁସି ଅଛନ୍ତି।

୨ ମାସ ହେଲା ପ୍ରଜନନ ପାଇଁ ବୋଟ ବନ୍ଦକରାଯାଇଥିଲା। ଆଜିଠୁ ତାହା ପୁଣି ଆରମ୍ଭ ହୋଇଛି। ଏଥିପାଇଁ ଆମେ ଗତ ୧୧ ତାରିଖରୁ ୩ ଦିନ ପାଇଁ ଯଜ୍ଞ କରାଯାଇଥିଲା। ଆମେ ବହୁତ ଖୁସି ଅଛୁ। ବୋଟ ମାଲିକ, କର୍ମଚାରୀ ମତ୍ସ୍ୟଜୀବୀ ସମସ୍ତେ ଖୁସି ଅଛୁ ବୋଲି କହିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା ।

The post ଆଜିଠୁ ସମୁଦ୍ରମୁହାଁ ମତ୍ସ୍ୟଜୀବୀ, ୨ ମାସ ପରେ ଉଠିଲା କଟକଣା appeared first on Odisha Reporter.



from Odisha Reporter https://ift.tt/vzFbknp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages