ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ‘ଆମେ ବିଷ ପିଇଛୁ ।’ ଘର କାନ୍ଥରେ କଳା ଅକ୍ଷରରେ ଲେଖା ହୋଇଛି ଏପରି ଶବ୍ଦ। ଆଉ ପାଖରେ ଝୁଲୁଛି ଦମ୍ପତିଙ୍କ ମୃତଦେହ । ଏପରି ଅଭାବନୀୟ କାଣ୍ଡ ଢେଙ୍କାନାଳ ଜିଲ୍ଲା ସଦରଥାନା କାଙ୍କଡପାଳ ଗାଁରେ ଘଟିଛି। ମୃତ ଦମ୍ପତି ହେଲେ ବିଶିକେଶନ ସାହୁ ଓ ତାଙ୍କ ସ୍ତ୍ରୀ ମାମା ସାହୁ । ରୁଣ ବୋଝ ଶୁଝି ନ ପାରି ଦମ୍ପତି ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି।
ବିଶିକେଶନ ଓ ମାମାଙ୍କ ବିବାହକୁ ୧୫ ବର୍ଷ ପୂରି ସାରିଥିବା ବେଳେ ଉଭୟଙ୍କର ଏକ ୧୪ ବର୍ଷର ପୁଅ ରହିଛି। ବିଶିକେଶନ ଗାଁ ମୁଣ୍ଡରେ ଦହିବରା ଦୋକାନ କରି ପରିବାର ଚଳାନ୍ତି। ଏହାସତ୍ତ୍ୱେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ବିଭିନ୍ନ ଆଡ଼ୁ ରୁଣ କରି ତାହାକୁ ପରିଶୋଧ କରିପାରି ନଥିଲେ। ଏହା ମଧ୍ୟରେ କିଛି ଦିନ ହେବ ବିଶିକେଶନଙ୍କ ଦେହ ଅସୁସ୍ଥ ଥିଲା। ଡାକ୍ତରୀ ପରୀକ୍ଷା ପରେ ତାଙ୍କ କିଡନୀ ଖରାପ ଥିବା ଜଣା ପଡ଼ିଲା। ଏହାକୁ ନେଇ ଉଭୟ ପତିପତ୍ନୀ ଚିନ୍ତାଗ୍ରସ୍ତ ରହୁଥିଲେ।
ଆଜି ସକାଳୁ ନିଜ ଘରର ଉପର ମହଲରେ ଥିବା ଏକ କୋଠରୀରେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏଥିସହ ଘରର କାନ୍ଥରେ ‘ଆମେ ବିଷ ପିଇଛୁ’ ବୋଲି ଲେଖା ଅଛି। ଉକ୍ତ ରୁମ୍ରୁ ବିଷ ବୋତଲ ମଧ୍ୟ ଜବତ ହୋଇଛି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
The post ଘରେ ଝୁଲୁଛି ଦମ୍ପତିଙ୍କ ମୃତଦେହ, କାନ୍ଥରେ ଲେଖାଅଛି- ଆମେ ବିଷ ପିଇଛୁ appeared first on Odisha Reporter.
from Odisha Reporter https://ift.tt/3PuaoNS
No comments:
Post a Comment