କରଞ୍ଜିଆ(ଓଡ଼ିଶା ରିପୋର୍ଟର): ହରିଣ ମାଂସ ବିକ୍ରି କରି ଫେରିବା ବେଳେ ୪ଜଣଙ୍କ ଶିକାରିଙ୍କୁ ଗିରଫ କରିଛି ବନ ବିଭାଗ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ। ସେମାନେ ହେଲେ ଚକ୍ରଧର ଗାଗାରାଇ,କେସେ ହୋ,ବାସୁଦେବ ନାଏକ ଓ ସୁଦର୍ଶନ ନାଏକ। ସମସ୍ତଙ୍କ ଘର ଘର ଶିମିଳିପାଳ ପାଦ ଦେଶରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ତିନୋଟି ଦେଶୀ ବନ୍ଧୁକ,୧୨ କେଜି ହରିଣ ମାଂସ ଜବତ କରାଯାଇଛି।
ଗତକାଲି ଏହି ୪ଜଣ ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ଏକ ବାଇକ୍ ଯୋଗେ ଯାଇ ନିଜର ଦେଶୀ ବନ୍ଧୁକ ସାହାଯ୍ୟରେ ୩ଟି ହରିଣକୁ ଶିକାର କରିଥିଲେ। ପରେ ଏହି ହରିଣମାନଙ୍କର ମାଂସକୁ ବଜାରରେ ବିକ୍ରି କରିଥିଲେ। ବଳକା ମାଂସ ଧରି ଘରକୁ ଫେରୁଥିଲା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ି ଯାଇଥିଲେ। ଶିମିଳିପାଳ ଅଭୟାରଣ୍ୟର କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ଏହି ଶିକାରିମାନଙ୍କ ଗିରଫ କରିଥିଲା ବନ ବିଭାଗ। ଏହି ଶିକାରୀମାନେ ବିଭିନ୍ନ ସମୟରେ ଶିମିଳିପାଳ ଅଭୟାରଣ୍ୟକୁ ଯାଇ ବନ୍ୟଜନ୍ତୁମାନଙ୍କୁ ଶିକାର କରିଥାନ୍ତି। ସେମାନଙ୍କ ମାଂସକୁ ବଜାରା ବିକ୍ରି କରିଥାନ୍ତି ବୋଲି ଜଣାଯାଇଛି।
The post ହରିଣ ମାଂସ ବିକ୍ରି କରି ଫେରୁଥିଲେ, ୪ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ appeared first on Odisha Reporter.
from Odisha Reporter https://ift.tt/OAoh1J6
No comments:
Post a Comment