ମଥୁରା: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ମଥୁରାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ମଙ୍ଗଳବାର ଏହି ରାୟ ଆସିଛି। ୪ ବର୍ଷ ପୂର୍ବେ ଏହି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ଦୁଷ୍କର୍ମ ବେଳେ ଅଭିଯୁକ୍ତ ନାବାଳକ ଥିବା ଦାବି କରିଛି। ଜୁଭେନାଇଲ ଜଷ୍ଟିସ ବୋର୍ଡ଼ର ସୁପାରିଶ କ୍ରମେ ଦୋଷୀକୁ ଏହି ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ବୋର୍ଡ଼ ପକ୍ଷରୁ କୁହାଯାଇଛି ଯେ, ଘଟଣା ସମୟରେ ଅଭିଯୁକ୍ତଙ୍କ ଜଣକ ଯଦିଓ ଜୁଭେନାଇଲ ଥିଲା, କିନ୍ତୁ ଅପରାଧର ପରିମାଣ ପ୍ରାପ୍ତ ବୟସ୍କ ଭଳି ଭିଆଯାଇଛି । ୨୦୧୭ ଫେବୃଆ ୧୫ ତାରିଖରେ ଏହି ଦୁଷ୍କର୍ମ ହୋଇଥିଲା। ନାବାଳିକା ଜଣକ ଘରେ ଖେଳୁଥିଲା ବେଳେ ଅଭିଯୁକ୍ତ ଜଣକକ ଟେକି ନେଇଥିଲା ଏକ ନିର୍ଜନ ସ୍ଥାନରେ ତାସହ ଦୁଷ୍କର୍ମ କରିଥିଲା। ସରକାରୀ ଓକିଲ ସୁବାଷ ଚନ୍ଦ୍ର ଚତୁର୍ବେଦୀ ଏହି ସୂଚନା ଦେଇଛନ୍ତି।
ପରେ ନାବଳିକାର ପ୍ରାଇଭେଟ ପାର୍ଟରେ ରକ୍ତସ୍ରାବ ହେଉଥିବା ଘରେ ଲୋକେ ଦେଖିଥିଲେ। ତାକୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା ଓ ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ସମସ୍ତ ସାକ୍ଷ ପ୍ରମାଣକୁ ଆଧାର କରି କୋର୍ଟ ସମ୍ପୃକ୍ତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଲେ କୋର୍ଟରେ ପ୍ରତିପକ୍ଷ ଓକିଲ ଯୁକ୍ତି ରଖି କହିଥିଲେ ଯେ, ଅପରାଧ ସମୟରେ ସେ ଜୁଭେନାଇଲ ଥିଲେ ଏବଂ ପ୍ରଥମଥର ପାଇଁ ତାଙ୍କ ନାମରେ ଅପରାଧ ମାମଲା ରୁଜୁ ହୋଇଛି। ତେଣୁ ଏହାକୁ ଗୁରତର ସହ ବିଚାର କରିବାକୁ ଅନୁରୋଧ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୬,୩୭୭ ଓ ୩୨୩ ସହ ପସ୍କୋ ମାମଲା ରୁଜୁ ହୋଇଥିଲା।
ପକ୍ସୋ ଆକ୍ଟ କୋର୍ଟ ନଂ ୨ର ଅତିରିକ୍ତ ବିଚାରପତି ମାମାଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରତ୍ୟେକ ସେକ୍ସନ ପାଇଁ ଦୋଷୀକୁ ୫୦,୦୦୦ ଲେଖାଁ ଫାଇନ ଓ ଏହା ଅନାଦେଶ ହେଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହା ବାଦେ ଧାରା ୩୨୩ ପାଇଁ ଦୋଷୀକୁ ବର୍ଷେ ଜେଲ ଏବଂ ୧୦,୦୦୦ ଟଙ୍କା ଫାଇନ କରାଯାଇଛି। ସେହିପରି ଜରିମାନା ଅନାଦେୟ ବାବଦକୁ ଅତିରିକ୍ତ ବର୍ଷେ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ସବୁ ଦଣ୍ଡାଦେଶ ଗୁଡ଼ିକ ଏକ ସଙ୍ଗେ ଲାଗୁ ହେବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ସେହିପରି ମାମଲା ବିଚାରାଧିନ ଥିବା ବେଳେ ଅଭିଯୁକ୍ତ ରହିଥିବା ଜେଲର ସମୟ ଉକ୍ତ ଦଣ୍ଡାଦେଶ ମଧ୍ୟରେ ହିସାବ ହୋଇ ଆଡଜଷ୍ଟ କରାଯିବ।
The post ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ଦୋଷୀ କହିଲା ସେତେବେଳେ ମୁଁ ଅଳ୍ପ ବୟସର ଥିଲି appeared first on Odisha Reporter.
from Odisha Reporter https://ift.tt/fYlwC2V
No comments:
Post a Comment