୫ ଦିନର ଅପରେସନ୍‌ ସଫଳ, ପଥର ଚିରି ରାହୁଲଙ୍କୁ କାଢ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 14, 2022

୫ ଦିନର ଅପରେସନ୍‌ ସଫଳ, ପଥର ଚିରି ରାହୁଲଙ୍କୁ କାଢ଼ିଲେ

ରାୟପୁର(ଓଡ଼ିଶା ରିପୋର୍ଟର): ସରିଲା ଅପରେସନ୍‌। ୫ ଦିନ ପରେ ବୋରୱେଲ୍‌ ଭିତରୁ ଉଦ୍ଧାର ହେଲେ ୧୦ ବର୍ଷର ବାଳକ ରାହୁଲ ସାହୁ। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସୁଡଙ୍ଗ କରି ବୋରୱେଲ୍‌ରୁ ରାହୁଲଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପ୍ରାଥମିକ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ତାଙ୍କୁ ଗ୍ରୀନ୍‌ କରିଡର ମାଧ୍ୟମରେ ଲାଇଫ୍‌ ସପୋର୍ଟ ଆମ୍ୱୁଲାନ୍ସରେ ବିଳାସପୁର ହସ୍ପିଟାଲ୍‌କୁ ନିଆଯାଉଛି।

ଆଜକୁ ୫ ଦିନ ତଳେ ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ରାହୁଲ ପ୍ରାୟ ୮୦ ଫୁଟ୍‌ ବୋରୱେଲ୍‌ ଗାତ ଖସି ପଡ଼ିଥିଲେ। ଏହି ଖବର ପ୍ରକାଶ ପାଇବା ପାଇଁ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍ ଓ ଜିଲ୍ଲା ପ୍ରଶାସନ ଆସିଥିଲା। ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ। କାରଣ ବୋରୱେଲ୍‌ ପାର୍ଶ୍ୱରେ ଖୋଳା ଯାଇଥିବା ସୁଡଙ୍ଗରେ ପଡ଼ିଥିଲା ପଥର। ଉଦ୍ଧାରକାରୀ ଦଳ ପଥରକୁ କାଟି ଭିତରେ ପଶିଥିଲେ। ୫ ଦିନର ଅପରେଶନରେ ବୋରୱେଲ୍‌ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲ୍‌ଙ୍କୁ ଉଦ୍ଧାର କରିଥିଲା।

The post ୫ ଦିନର ଅପରେସନ୍‌ ସଫଳ, ପଥର ଚିରି ରାହୁଲଙ୍କୁ କାଢ଼ିଲେ appeared first on Odisha Reporter.



from Odisha Reporter https://ift.tt/BcPKYeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages