ଆଜି ଗୁପ୍ତ ସେନାପଟା ଲାଗି ନୀତି, ଦିନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 13, 2022

ଆଜି ଗୁପ୍ତ ସେନାପଟା ଲାଗି ନୀତି, ଦିନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ଶ୍ରୀଜିଉଙ୍କ  ଗୁପ୍ତ ସେନାପଟା ଲାଗି ନୀତି। ଏହା ଗୁପ୍ତ ନୀତି ହୋଇଥିବାରୁ ଆଜି ସକାଳୁଠୁ  ଅପରାହ୍ଣ ୩ଟା ଯାଏଁ ବନ୍ଦ ରହିଛି ସାଧାରଣ ଦର୍ଶନ।

ଗୁପ୍ତ ସେନାପଟା ନୀତି ଯୋଗୁ ଆଜି ସକାଳେ ଶ୍ରୀମନ୍ଦିରର ଚାରି ଦ୍ୱାର ମଧ୍ୟ ବନ୍ଦ ରହିଥିଲା। ଏଥିଯୋଗୁଁ ଶ୍ରୀମନ୍ଦିର ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଦ୍ୱାର ବନ୍ଦ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସିଂହଦ୍ୱାର ଖୋଲାଯାଇଛି।ସେବାୟତଙ୍କ ସହ ଜିଲ୍ଲାପାଳ ଆଲୋଚନା  କରିବା ପରେ ସିଂହଦ୍ୱାର ଖୋଲାଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରିପାରିଛନ୍ତି।

ପାର୍ଶ୍ୱ ଦେବାଦେବୀ ଦର୍ଶନ ନେଇ ଏବେ ବି ସଂଶୟ ରହିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପୂର୍ବରୁ ଗୁପ୍ତ ସେନାପଟା ନୀତି ପାଇଁ କେବଳ ଜଗମୋହନ ଦ୍ୱାର ବନ୍ଦ ରହୁଥିଲା। 

ଅନ୍ୟପକ୍ଷରେ  ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏବର୍ଷ ରାତି ୪ଟାରୁ ଠାକୁରଙ୍କ ସ୍ନାନ ପହଣ୍ଡି ଆରମ୍ଭ ହୋଇ ସକାଳ ୬ଟା ସୁଦ୍ଧା ସାରିବାକୁ ନୀତି ନିର୍ଘଣ୍ଟ ହୋଇଛି।

ଦୁଇବର୍ଷର ବ୍ୟବଧାନ ପରେ ପୁଣି ସ୍ନାନବେଦୀରୁ ଶ୍ରୀଜିଉଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଛି ବ୍ୟାରିକେଡ। ଯାହାକି ଦୁଇ ପ୍ରକାରର। ଯେଉଁମାନେ ବଡଦାଣ୍ଡରେ କେବଳ ଦଣ୍ଡାୟମାନ ହୋଇ ଚତୁର୍ଦ୍ଧାବିଗ୍ରହଙ୍କ ଦୁଲ୍ଲଭ ସାନ୍ନ ଦେଖିବାକୁ ଇଚ୍ଛା କରିବେ ସେମାନଙ୍କ ପାଇଁ ଗୋଟିଏ ବ୍ୟାରିକେଡ୍ କରାଯାଇଛି। ଯେଉଁ ଭକ୍ତ ଶ୍ରୀମନ୍ଦିର ପଟୁ ସ୍ନାନବେଦୀ ନିକଟକୁ ଆସି ହାତୀ ବେଶ ଦେଖିବାକୁ ଚାହିଁବେ, ସେଥିପାଇଁ ଆଉ ଏକ ବ୍ୟାରିକେଡ ହୋଇଛି।

ସେହିପରି ଭକ୍ତଙ୍କ ପୁରୀ ଆଗମନବେଳେ ଟ୍ରାଫିକ୍ ବ୍ୟବସ୍ଥା ସହ ଗାଡ଼ି ପାର୍କିଂ ପାଇଁ ବି ଉତ୍ତମ ବ୍ୟବସ୍ଥା ହୋଇଥିବା ପୁରୀ ଏସ୍‌ପି କହିଛନ୍ତି। ସ୍ନାନଯାତ୍ରାବେଳେ ପୁରୀରେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ  ଏସ୍‌ପି ସୂଚନା ଦେଇଛନ୍ତି।

 

The post ଆଜି ଗୁପ୍ତ ସେନାପଟା ଲାଗି ନୀତି, ଦିନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ appeared first on Odisha Reporter.



from Odisha Reporter https://ift.tt/XJoj2S8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages