ଉକୁଣୀ ମରା ଔଷଧ ମୁଣ୍ଡରେ ଲଗାଇ ୫ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 9, 2022

ଉକୁଣୀ ମରା ଔଷଧ ମୁଣ୍ଡରେ ଲଗାଇ ୫ଗୁରୁତର

ଭଦ୍ରକ(ଓଡ଼ିଶା ରିପୋର୍ଟର): ଉକୁଣୀ ମରା ଔଷଧ ମୁଣ୍ଡରେ ଲଗାଇ ଗୋଟିଏ ପରିବାରର ୫ଜଣ  ଅସୁସ୍ଥ ହୋଇପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ଡିହସାହି ଗାଁରେ। ସେମାନେ ହେଲେ ଅନିମା ମଲିକ, ନିରୁପମା ମଲିକ,  ନେରିମା ମଲିକ, ଲକି ମଲିକ(୧୧)ବର୍ଷ ଓ ଶୁସିଲ ମଲିକ(୪)ବର୍ଷ।

ଶୁସିଲଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ଅପରାହ୍ଣରେ ପରୀକ୍ଷିତ ମଲ୍ଲିକଙ୍କ ପରିବାର ଲୋକେ ବଜାରରୁ ଉକୁଣୀ ଔଷଧ ଆଣି ମୁଣ୍ଡରେ ଲଗାଇଥିଲେ। ଔଷଧ ମୁଣ୍ଡରେ ମାରିବାର କିଛି ସମୟରେ ସେମାନଙ୍କ  ମୁଣ୍ଡ ବୁଲାଇଥିଲା। ପରେ ସେମାନେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ପରିବାର ଲୋକେ ଆରଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶୁସିଲଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର  କରାଯାଇଛି।

The post ଉକୁଣୀ ମରା ଔଷଧ ମୁଣ୍ଡରେ ଲଗାଇ ୫ଗୁରୁତର appeared first on Odisha Reporter.



from Odisha Reporter https://ift.tt/d5XHUcg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages