ମୁହଁ ବୁଲାଇ ନେଲା ପ୍ରେମିକା, ନିଜ ବେକ କାଟିଦେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 9, 2022

ମୁହଁ ବୁଲାଇ ନେଲା ପ୍ରେମିକା, ନିଜ ବେକ କାଟିଦେଲେ ଯୁବକ

କାମାକ୍ଷାନଗର(ବିଦ୍ୟାଧର ବରାଳ):  ମୁହଁ ବୁଲାଇନେଲା ପ୍ରେମିକା । ସବୁ ଆଶାକୁ ଗୋଇଠା ମାରି ହାତ ଛାଡ଼ି ଚାଲିଗଲା । ବିଫଳ ପ୍ରେମିକ କେତେବେଳେ ଦମଦାର ଡାଏଲଗ, ତ କେତେବେଳେ ହୃଦୟସ୍ପର୍ଶୀ ଗୀତର ତାଳେ ତାଳେ ଭିଡିଓ କରି ଫେସବୁକ୍‌ରେ ପୋଷ୍ଟ କଲା। ଏହାପରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ବ୍ଲେଡରେ ବେକ ଓ ହାତ କାଟି ଦେଲା। ଗୁରୁତର ଅବସ୍ଥାରେ ଏପରି ଜଣେ ପ୍ରେମିକକୁ ଢେଙ୍କାନାଳ ଜିଲ୍ଲା  କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଜଣକ ହେଲେ କାମାକ୍ଷାନଗର ଥାନା ଗାଲୁକାଟେଣୀ ଗାଁର ସତ୍ୟବ୍ରତ ବେହେରା ।

ପ୍ରେମରେ ଧୋକା ଖାଇବା ପରେ ସତ୍ୟବ୍ରତ କିଛି ଦିନ ହେବ ମାନସିକ ଅବସାଦ ରହୁଥିଲେ। ଏହାପରେ ସେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି।  ଗତକାଲି ଦିନଦ୍ୱିପ୍ରହରରେ କାମାକ୍ଷାନଗର ବଜାରକୁ ଯାଇଥିବା ସତ୍ୟବ୍ରତ ହଠାତ ସେଠାରେ ଏକ ବ୍ଲେଡରେ ପ୍ରଥମେ ନିଜ ହାତକୁ କାଟିବା ପରେ ଗଳାକୁ କାଟି ଦେଇଥିଲେ। ଲୋକେ କିଛି ବୁଝିବା ଆଗରୁ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଲେ ସତ୍ୟବ୍ରତ ।

ଉକ୍ତ ସମୟରେ କିଛି ଗାଡ଼ି ନ ମିଳିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଟ୍ରଲି ସାହାଯ୍ୟରେ ସ୍ଥାନୀୟ ଲୋକେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି।

ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ସାରିଥିବା ସତ୍ୟବ୍ରତ ଏହା ପୂର୍ବରୁ  କିଛି ଭିଡିଓ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥଲେ , ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। ନିଜ ପୋଷ୍ଟ ମାଧ୍ୟମରେ ସେ ନିଜ ପ୍ରେମର ବିଫଳତାର ଆବେଗକୁ କିଛି ଡାଇଲଗ ଓ ଗୀତ ମାଧ୍ୟମରେ ପ୍ରକାଶ କରିଥିଲେ । ଯେଉଁଥିରୁ ସମ୍ପୂର୍ଣ୍ଣ ଜଣା ପଡୁଥିଲେ ଯେ ,ସେ ପ୍ରେମରେ ଶକ୍ତ ଝଟକା ଖାଇଛନ୍ତି ।  ତେବେ କିଏ ସେ ପ୍ରେମିକା, କାହିଁକି ଉଭୟଙ୍କ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

The post ମୁହଁ ବୁଲାଇ ନେଲା ପ୍ରେମିକା, ନିଜ ବେକ କାଟିଦେଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/2XI3hsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages