୧୫ ହଜାର ଲୋକଙ୍କ ସହ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-ଯୋଗ ଜୀବନର ଅଂଶ ନୁହେଁ, ଏହା ଜୀବନଶୈଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 20, 2022

୧୫ ହଜାର ଲୋକଙ୍କ ସହ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-ଯୋଗ ଜୀବନର ଅଂଶ ନୁହେଁ, ଏହା ଜୀବନଶୈଳୀ

ନୂଆଦିଲ୍ଲୀ: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ । ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି। ଏହା ଆମ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି। ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ । ଯୋଗ ବଳରେ ଆମେ ଆମର ସମସ୍ୟା ଦୂର କରିପାରିବା ।  ‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଆଜି ଏହା ପ୍ରମାଣିତ ହୋଇଛି ।’ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ  ଅବସରରେ ସମଗ୍ର  ଦେଶବାସୀଙ୍କୁ ଏପରି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ଜୁନ୍ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ସମଗ୍ର ଦେଶରେ ବ୍ୟାପକ ଆୟୋଜନ କରାଯାଇଛି  । ଦେଶର ୭୫ଟି ପ୍ରମୁଖ ଐତିହ୍ୟସ୍ଥଳରେ ଯୋଗ ଓ ଆସନ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହିଶୁର ପ୍ୟାଲେସରେ  ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ  ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯୋଗ  ଏକ ଆଧ୍ୟାତ୍ମିକ ଅଭ୍ୟାସ, ଯାହା ଶାନ୍ତି, ଆତ୍ମବିଶ୍ୱାସ ଓ ସାହସକୁ ପ୍ରୋତ୍ସାହିତ କରେ । ଶରୀର, ମନ ଓ ମସ୍ତିଷ୍କକୁ ସକାରାତ୍ମକ ମାର୍ଗରେ ନିୟନ୍ତ୍ରଣ କରେ । ଏହି ବାର୍ତ୍ତାର ପ୍ରଚାର ପ୍ରସାର ଅନ୍ତର୍ଜାତୀୟ ଯୋଗ ଦିବସର ଲକ୍ଷ୍ୟ ।  ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିଥିବା ସ୍ୱୀକୃତି ନିମନ୍ତେ  ଜାତିସଂଘକୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାମନ୍ତ୍ରୀ ମୋଦି। ଚଳିତ  ବର୍ଷ ଯୋଗଦିବସ କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୮୦ଟି ଦେଶ ସାମିଲ ହୋଇଛନ୍ତି ।

ସାମୂହିକ ଯୋଗ ଦିବସ ପାଳନ ପୂର୍ବର ଗାରିମାକୁ ମନେ ପକାଉଛି। ବିଶ୍ୱରେ ସୂର୍ଯ୍ୟଙ୍କ ଆଗମନ ଅନୁସାରେ ଯୋଗ କାର୍ଯ୍ୟକ୍ରମ ହେଉଛି । ଏହା ମାନବ ଜାତିକୁ ବିଶେଷ ପ୍ରେରଣା ଯୋଗାଇ ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷ ଯୋଗ ଦିବସ ପାଳନ ଲାଗି ଆୟୂଷ ମନ୍ତ୍ରାଳୟ ପକ୍ଷରୁ ‘ଷ୍ଟାର୍ଟ ଅପ୍ ଯୋଗ’ ଆରମ୍ଭ ହୋଇଛି। ଏଥିନିମନ୍ତେ ମାର୍ଚ୍ଚ ୧୩ ତାରିଖରୁ ୧୦୦ ଦିନିଆ କାଉଣ୍ଟଡାଉନ୍‌ ଆରମ୍ଭ କରିଥିଲା ।  କାଉଣ୍ଟଡାଉନର ୨୫ ଦିନ,  ୫୦ ଦିନ ଓ ୭୫ ଦିନ ଯଥାକ୍ରମେ ହାଇଦ୍ରାବାଦ, ଆସାମର ଶିବଶାଗର ଓ ନୂଆଦିଲ୍ଲୀର ଲାଲକିଲ୍ଲାରେ ମହାସମାରୋହରେ ପାଳନ କରାଯାଇଥିଲା ।

The post ୧୫ ହଜାର ଲୋକଙ୍କ ସହ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-ଯୋଗ ଜୀବନର ଅଂଶ ନୁହେଁ, ଏହା ଜୀବନଶୈଳୀ appeared first on Odisha Reporter.



from Odisha Reporter https://ift.tt/uYCsyko

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages