ମୋହନା (ମିହିର ଯତି): ସାତ ଜନମର ସାଥୀ ହେବା ପାଇଁ ଘରକୁ ଆଣିଥିଲେ। ହେଲେ ଏଇ ଜନମରେ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ। ଅତି ବୀଭତ୍ସ ଭାବେ ପଥରରେ ଛେଚି ପତ୍ନୀକୁ ହତ୍ୟା କରିଛି। ଏପରି ହୃଦୟବିଦାରକ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।
ଗଜପତି ଜିଲ୍ଲା ମୋହନା ଥାନା ଭଲିଆଗଣି ଗାଁର ଭଗବାନ ନାୟକ ଓ ତାଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ ଗଣ୍ଡଗୋଳ ଘଟିଥାଏ। କିନ୍ତୁ ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭଗବାନ ତାଙ୍କ ପତ୍ନୀ ସୁକାନ୍ତିଙ୍କୁ ଅତି ବୀଭତ୍ସଭାବେ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସାହି ପଡ଼ିଶାଙ୍କଠାରୁ ଖବର ପାଇ ମୋହନା ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟା ଅଭିଯୋଗ ସ୍ୱାମୀ ଭଗବାନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
The post ସାତ ଜନମ ନୁହେଁ, ଏଇ ଜନମରେ ଜୀବନସାଥୀଙ୍କୁ ମାରିଦେଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/YSubUsz
No comments:
Post a Comment