ମାଳଦ୍ୱୀପ ପଳାଇଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 12, 2022

ମାଳଦ୍ୱୀପ ପଳାଇଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଅସ୍ଥିରତା ଜାରି ରହିଥିବାବେଳେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ପୂର୍ବରୁ ପଦରୁ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ଗୋଟାବାୟ ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି।  ଇମିଗ୍ରେସନ ଅଧିକାରୀଙ୍କ ସୂଚନା ଅନୁସାରେ ବାୟୁସେନାର ଏକ ବିମାନରେ ସେ କଲମ୍ବୋରୁ ମାଳଦ୍ୱୀପକୁ ଚାଲି ଆସିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହ ତାଙ୍କ ପତ୍ନୀ ଓ ଜଣେ ସୁରକ୍ଷାକର୍ମୀ ଅଛନ୍ତି । ସେମାନଙ୍କର ପାସପୋର୍ଟକୁ ଇମିଗ୍ରେସନ ବିଭାଗ ପକ୍ଷରୁ ସ୍ୱୀକୃତି ପରେ ଏକ ସ୍ୱତନ୍ତ୍ର ବିମାନରେ ମାଳଦ୍ୱୀପ ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନରୁ ପଳାଇବା ପରେ ସେ ଆମେରିକା ଯିବା ପାଇଁ ଭିସା ଆବେଦନ କରିଥିଲେ। କିନ୍ତୁ ଆମେରିକା ଗୋଟାବାୟାଙ୍କୁ ଭିସା ଦେବାକୁ ମନା କରିଦେଇଥିଲା । ପୂର୍ବରୁ ଗୋଟାବାୟା ରାଜପକ୍ଷଙ୍କର ଶ୍ରୀଲଙ୍କା ସମେତ ଆମେରିକାର ଦ୍ୱେତ ନାଗରିକତା ଥିଲା।

କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ତାଙ୍କ ଆମେରିକାର ନାଗରିକତ୍ୱକୁ ଫେରାଇ ଦେଇଥିଲେ | ବାସ୍ତବରେ, ଏହି ଉତ୍ତେଜନା ଆରମ୍ଭ ପୂର୍ବରୁ ମଧ୍ୟ ସେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ |କିନ୍ତୁ ବିମାନବନ୍ଦରରେ ଥିବା ଇମିଗ୍ରେସନ କର୍ମଚାରୀମାନେ ତାଙ୍କୁ ଦେଶ ଛାଡିବାକୁ ଦେଇନଥିଲେ। ସେପଟେ ଆସନ୍ତା ୨୦ ତାରିଖରେ ଶ୍ରୀଲଙ୍କାକୁ ମିଳିପାରେ ନୂଆ ରାଷ୍ଟ୍ରପତି।  ଜୁଲାଇ ୧୯ରେ ନାମାଙ୍କନ ଦାଖଲ ହେବ ଏବଂ ୨୦ରେ ଭୋଟ୍  ।

ମୁଖ୍ୟ ବିରୋଧୀ ଦଳ ଏସଜେବି ପକ୍ଷରୁ ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାନିଲ ଓ୍ୱିକ୍ରମସିଂଘେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।  ଏହି ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସର୍ବଦଳୀୟ ସରକାର କାର୍ଯ୍ୟ କରିବ ।

The post ମାଳଦ୍ୱୀପ ପଳାଇଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି appeared first on Odisha Reporter.



from Odisha Reporter https://ift.tt/alx6rwO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages