‘କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ଛାଡ଼ିବାକୁ ଫୋନ୍‌ କରୁଥିଲେ ବିଜେପି ନେତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 11, 2022

‘କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ଛାଡ଼ିବାକୁ ଫୋନ୍‌ କରୁଥିଲେ ବିଜେପି ନେତା’

ଉଦୟପୁର: ଗତ ଜୁନ୍‌ ୨୮ ତାରିଖରେ ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ ନାମକ ଟେଲରଙ୍କୁ ଅତି ନିର୍ମମ ଭାବେ ୨ ମୁସଲିମ୍‌ ଯୁବକ ଗଳା କାଟି ହତ୍ୟା କରିଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୨ ଅଭିଯୁକ୍ତ ରିୟାଜ ଓ ଗସ୍‌ ମହମ୍ମଦଙ୍କୁ ବାନ୍ଧି ସାରିଛି ପୁଲିସ୍‌। ଏହି ମାମଲାକୁ କିଛି ଦିନ ବିତି ସାରିଥିବା ବେଳେ ଏବେ ପୁଣି ଥରେ ପୁରୁଣା ଘଟଣାକୁ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ରାଜସ୍ଥାନ ସିଏମ୍‌ଙ୍କ କହିବାନୁଯାୟୀ, କହ୍ନେୟା ଲାଲଙ୍କ ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରି ସାରିବା ପରେ ତାଙ୍କୁ ଛାଡ଼ିବା ପାଇଁ ବହୁ ବିଜେପି ନେତା ବାରମ୍ବାର ଫୋନ୍‌ କରୁଥିଲେ।  କାରଣ ସେମାନେ ବିଜେପିର ସକ୍ରିୟ ସଦସ୍ୟ ଥିଲେ। ଏପରିକି ଅପରପାର୍ଶ୍ୱରୁ କୁହାଯାଉଥିଲା, ସେମାନେ ଆମ କର୍ମକର୍ତ୍ତା। ସେମାନଙ୍କୁ ହଇରାଣ କରିବ ନାହିଁ ।

କହ୍ନେୟା ଲାଲ ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତ ରିୟାଜର ନିଜ ଘର ମାଲିକ ସହ ଝଗଡ଼ା ହୋଇଥିଲା। ପ୍ରତିଦିନ ଘରେ ବାହାର ଲୋକଙ୍କୁ ପ୍ରବେଶ କରାଇବା, ଗାଳୁଗୁଲଜ, ଧମକ ଦେବା, ଘର ଭଡ଼ା ନ ଦେବା ଆଦି ଅଭିଯୋଗ ହୋଇଥିଲା। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରୁ କରୁ କହ୍ନେୟା ଲାଲ ହତ୍ୟାକାଣ୍ଡ ଘଟିଥିଲା।

ରାଷ୍ଟ୍ରପତି ପଦ ପାଇଁ ବିପକ୍ଷଙ୍କ ଦାବିଦାର ଯଶବନ୍ତ ସିହ୍ନା ସୋମବାର ଜୟପୁର ଗସ୍ତ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ବିଜେପିକୁ ପ୍ରବଳ ଟାର୍ଗେଟ କରିଥିଲେ ଗେହଲଟ । ଏହି ଅବସରରେ ସେ କହିଥିଲେ, ଅଭିଯୁକ୍ତଙ୍କର କାହା କାହା ସହ ସମ୍ବନ୍ଧ ରହିଛି ସେ ନେଇ ଗଣମାଧ୍ୟମରେ ପ୍ରତିଦିତ ଖବର ପ୍ରକାଶ ପାଉଛି। ମାତ୍ର ବିଜେପି ସହ ସେମାନଙ୍କ ସମ୍ପର୍କ କେତେ ଗଭୀର, ତାହା ଖୁବ୍‌ କ୍ୱଚିତ ଲୋକଙ୍କୁ ଜଣାଅଛି।

ଏପରିକି ହତ୍ୟାକାରୀ ବିଜେପି କାର୍ଯ୍ୟକର୍ତ୍ତା ବୋଲି କଂଗ୍ରେସ ପକ୍ଷରୁ ଉଦୟପୁରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଏଥିସହ ଏହି ମାମଲାକୁ ନେଇ କଂଗ୍ରେସ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛି। ହେଲେ ବିଜେପି ପକ୍ଷରୁ ଏ ନେଇ କିଛି ସ୍ପଷ୍ଟୀକରଣ ଦିଆଯାଇନି ।

The post ‘କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ଛାଡ଼ିବାକୁ ଫୋନ୍‌ କରୁଥିଲେ ବିଜେପି ନେତା’ appeared first on Odisha Reporter.



from Odisha Reporter https://ift.tt/jHQazvr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages