୭ କାଉଡ଼ିଆଙ୍କୁ ଦଳିଦେଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 22, 2022

୭ କାଉଡ଼ିଆଙ୍କୁ ଦଳିଦେଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ

ହାଥରସ: ଦେବଦେବ ମହାଦେବଙ୍କ ଉପରେ ପବିତ୍ର ପାଣି ଢାଳି ଘରକୁ ଫେରୁଥିବା ବେଳେ ୭ ଜଣଙ୍କ କାଉଡିଆଙ୍କୁ ଦଳି ଦେଇଛି ଗୋଟିଏ ଦ୍ରୁତଗାମୀ ଟ୍ରକ। ଏହି ଘଟଣାରେ ୫ ଜଣ କାଉଡିଆ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆଉ ୨ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ରାତି ପ୍ରାୟ ୨.୧୫ରେ ଉତ୍ତର ପ୍ରଦେଶର ହାଥରସରେ ଏପରି ଦୁଃଖଦ ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ଏହି କାଉଡିଆମାନେ ହରିଦ୍ୱାରରେ ଜଳାଭିଷେକ କରିବା ପରେ ମଧ୍ୟପ୍ରଦେଶର ଗ୍ୱାଲିୟରେ ଥିବା ନିଜ ନିଜ ଘରକୁ ଫେରୁଥିଲେ। ହେଲେ ଶୁକ୍ରବାର ରାତି ୨.୧୫ରେ ହାଥରସର ସାଦାବାଦ ପୁଲିସ୍‌ ଷ୍ଟେସନ ଅଧୀନରେ ଏମାନଙ୍କର ଦୁର୍ଘଟଣା ହୋଇଛି। ଗୋଟିଏ ଦ୍ରୁତମାଗାମୀ ଟ୍ରକ୍ ରାସ୍ତାରେ ଯାଉଥିବା ୭ ଜଣ କାଉଡିଆଙ୍କ ଉପରେ ମାଡ଼ି ଯାଇଛି। ଘଟଣା ସ୍ଥଳରେ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ୍ ଗୋଟିଏ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଡ୍ରାଇଭରଙ୍କ ସମ୍ପର୍କରେ ସୂଚନା ହାସଲ କରି ସାରିଛି। ଖୁବଶୀଘ୍ର ତା’କୁ ଧରାଯିବ ବୋଲି ଆଗ୍ରା ଜୋନ ଏଡିଜି ରାଜୀବ କ୍ରିଷ୍ଣା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳ ଓ ହସ୍ପିଟାଲରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ସେହିପରି ମୃତକଙ୍କ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିବା ପରେ ଗୋଟିଏ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିଲା। ମୃତକଙ୍କ ପରିଚୟ ଓ ପ୍ରକୃତରେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନି। ପାଣି ଢାଳିବା ପରେ କାଉଡିଆମାନେ ଚାଲିଚାଲି ଯାଉଥିଲେ ନା କୌଣସି ଗାଡ଼ିରେ ଘରକୁ ଫେରୁଥିଲେ, ତାହା ମଧ୍ୟ ରିପୋର୍ଟ ଲେଖାହେବା ଯାଏ ଜଣାପଡ଼ିନି।

The post ୭ କାଉଡ଼ିଆଙ୍କୁ ଦଳିଦେଲା ଟ୍ରକ୍, ଚାଲିଗଲା ୫ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/wr7LERu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages