ଦାଦନ ଖଟିବାକୁ ଯାଉଥିଲେ, ୯ଶିଶୁ ଶ୍ରମିକ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 22, 2022

ଦାଦନ ଖଟିବାକୁ ଯାଉଥିଲେ, ୯ଶିଶୁ ଶ୍ରମିକ ଉଦ୍ଧାର

କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବସ୍‌ ଷ୍ଟାଣ୍ଡରୁ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏମାନଙ୍କୁ ଉଦ୍ଧାର କରିଛି କୋଇଡ଼ା ପୁଲିସ। ଏହି ଶିଶୁମାନଙ୍କ ମଧ୍ୟରୁ ୮ ଜଣ କୋଇଡା ବ୍ଲକର ପାଟମୁଣ୍ଡା ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ଜଣେ କେନ୍ଦୁଝର ଗୁଆଳି ଅଞ୍ଚଳର। ସମସ୍ତଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ହେବ।

ଏହି ଶିଶୁ ଶ୍ରମିକମାନେ ଗତକାଲି  କୋଇଡାରୁ ଭୁବନେଶ୍ୱର ଆସି ସେଠାରୁ ଅନ୍ୟ ରାଜ୍ୟକୁ ଯାଇଥାନ୍ତେ। ତେବେ ପୁଲିସ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପିଲାମାନଙ୍କୁ କୋଇଡା ବସ୍‌ ଷ୍ଟାଣ୍ଡରୁ ଉଦ୍ଧାର କରିଥିଲା।  ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଦଲାଲ ମାଧ୍ୟମରେ ଏହି ଶିଶୁମାନଙ୍କୁ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଯାଉଥିବା ଜଣାଯାଇଛି। ତେବେ ସଂପୃକ୍ତ ଦଲାଲଙ୍କ ଖୋଜ ଖବର ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

କୋଇଡା ସିଡିପିଓ ମିନତୀ ମହାପାତ୍ର କହିଛନ୍ତି, ୧୮ ବର୍ଷରୁ କମ୍‌ ପିଲାଙ୍କୁ ଦାଦନ ଖଟାଇବା ଆଇନ ବିରୋଧୀ। ଏନେଇ  ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

The post ଦାଦନ ଖଟିବାକୁ ଯାଉଥିଲେ, ୯ଶିଶୁ ଶ୍ରମିକ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/WxLlOCp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages