ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଖସି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡ଼କଳାକୋଟ ପଞ୍ଚାୟତର ଜାଙ୍ଗିଡ଼ିତୁଲ୍ ଗାଁରେ ଏକ ଘର ଭାଙ୍ଗି ଯାଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।
ଶୁକ୍ରବାର ଠାରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ରବିବାର ମଧ୍ୟ ଏଠାରେ ବର୍ଷା ଚାଲିଛି। ପ୍ରବଳ ବର୍ଷା ଯୋଗୁ ଗାଁକୁ ଲାଗି ଥିବା ପାହାଡ଼ ଧସି ମାଟି ଅତଡ଼ା ଖସିଛି। ଫଳରେ ଗୋଟିଏ ଘର ଭାଙ୍ଗିବା ସହ ଗାଁର ଅନେକ ଲୋକଙ୍କ ଘରେ ପାଣି ଓ କାଦୁଅ ପଶିଯାଇଛି।
ଖବର ପାଇ ଗାଁରେ ପ୍ରଶାସନିକ ଅଧିକାରୀ, ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାରେ ପାଣିର ସୁଅ ରହିଥିବା ବେଳେ କାଦୁଅ ଜମି ରହିଛି। ଫଳରେ ଏହି ରାସ୍ତାରେ ଯୋଗଯୋଗ ବିଚ୍ଛିନ୍ନ ହେଇଛି। ପ୍ରଥମେ ଏହାକୁ ସଫା କରିବା ପରେ ଗାଁ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳୀକୁ ନିଆଯିବ ବୋଲି କୁହାଯାଇଛି।
The post ଅତଡ଼ା ଖସିଲା, ଘର ଭାଙ୍ଗିଲା appeared first on Odisha Reporter.
from Odisha Reporter https://ift.tt/0L3m1F7
No comments:
Post a Comment