ମଞ୍ଚେଷ୍ଟର: ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଟିମ୍ର ଚମତ୍କାର ଖେଳ ପ୍ରଦର୍ଶନ। ଇଂଲଣ୍ଡକୁ ୫ ୱିକେଟରେ ହରାଇଛି ଭାରତୀୟ ଟିମ୍। ଋଷଭ ପନ୍ତଙ୍କ ୧୨୫ ରନ୍ ଓ ହର୍ଦ୍ଦିକ ପାଣ୍ଡ୍ୟାଙ୍କ ମହତ୍ତ୍ୱପୂର୍ଣ୍ଣ ୭୧ ରନ୍ ଯୋଗଦାନ ଭାରତୀୟ ଦଳକୁ ବିଜୟୀ କରିପାରିଥିଲା। ୪୨.୧ ଓଭରରେ ଭାରତୀୟ ଟିମ୍ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫଳରେ ୨-୧ରେ ସିରିଜ୍ କବ୍ଜା କରିଛି ଭାରତ।
ବ୍ୟାଟିଂ କରିବାକୁ କ୍ରିଜ୍କୁ ଓହ୍ଲାଇ ଥିବା ଓପନର ତଥା କ୍ୟାପଟେନ୍ ରୋହିତ ଶର୍ମା ୧୭ ରନ୍ରେ, ଶିଖର ଧାଓୱନ ୧ ରନ୍ରେ, କୋହଲି ୧୭ ରନ୍ରେ ଓ ସୂର୍ଯ୍ୟକୁମାର ଯାଦବ ୧୬ରେ ଆଉଟ ହେବା ପରେ ଭାରତୀୟ ଦଳ ସମସ୍ୟାରେ ପଡ଼ିଥିଲା। ଏକଦା ଦଳୀୟ ସ୍କୋର ୭୨ ରନ୍ରେ ଭାରତୀୟ ଦଳ ୪ ୱିକେଟ ହରାଇଥିଲା। ରିସ୍ ଟୋପଲିଙ୍କ ଘାତକ ବୋଲିଂରେ ଏହି ତିନି ୱିକେଟର ପତନ ହୋଇଥିଲା। ହେଲେ ପନ୍ତ ଓ ପାଣ୍ଡ୍ୟାଙ୍କ ଚମତ୍କାର ବ୍ୟାଟିଂ ସଙ୍କଟମୋଚନର ଭୂମିକା ନେଇଥିଲା। ତେବେ ପାଣ୍ଡ୍ୟା ଆଉଟ୍ ହେବା ପରେ ରବୀନ୍ଦ୍ର ଜାଡେଜା ରକ୍ଷଣାତ୍ମକ ଖେଳ ଦେଖାଇ ୭ ରନ୍ କରିଥିଲେ।
ପନ୍ତଙ୍କ ଶତକ ଭିତରେ ୨ଟି ବିଶାଳ ଛକା ଓ ୧୪ଟି ଚୌକା ରହିଥିଲା। ଡେଭିଡ ୱିଲିଙ୍କ ୪୧ ତମ ଓଭରରେ ଶେଷ ବଲ୍କୁ ବାଦ୍ ଦେଇ ୫ଟି ବଲ୍କୁ ଚୌକା ମାରି ମ୍ୟାଚ୍ରେ ରୋମାଞ୍ଚ ବଢ଼ାଇଥିଲେ ପନ୍ତ। ୪୨ ଓଭରର ପ୍ରଥମ ବଲ୍ରେ ଚୌକା ମାରି ସେ ଭାରତୀୟ ଟିମ୍କୁ ବିଜୟ ଦେଇଥିଲେ।
ସୂଚନା ଥାଉକି, ଆଜି ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୬୦ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ ଦଳ। ୪୫.୫ ଓଭରରେ ସମସ୍ତ ୱିକେଟ ହରାଇ ଇଂଲଣ୍ଡ ମାତ୍ର ୨୫୯ ରନ କରିପାରିଥିଲା। ଇଂଲଣ୍ଡର ମଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। କ୍ୟାପଟେନ୍ ରୋହିତଙ୍କ ନିଷ୍ପତ୍ତି ଦଳକୁ ବିଜୟୀ କରିବାରେ ଠିକ୍ ପ୍ରମାଣିତ ହୋଇଛି।
The post ପନ୍ତଙ୍କ ଶତକ, ସିରିଜ୍ କବ୍ଜା କଲା ଭାରତ appeared first on Odisha Reporter.
from Odisha Reporter https://ift.tt/30BUz9c
No comments:
Post a Comment