ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।
ଗତକାଲି ବିଳମ୍ବିତ ରାତିରେ ୨ଟି ହାତୀ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହେଉଥିଲେ। ଏହି ସମୟରେ ଏକ ଫେବ୍ରିକେସନ ୟୁନିଟ୍ ପାଇଁ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଗୋଟିଏ ହାତୀ ଆସିଯାଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ଅନ୍ୟ ହାତୀଟିର କିଛି ହୋଇ ନଥିଲା।
ମୃତ ହାତୀକୁ ଅନ୍ୟ ଗୋଟିଏ ହାତୀ ଜଗି ରହିଥିଲା।ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇ ଦେଇଥିଲେ। ପରେ ବିଦ୍ୟୁତ ସଂଯୋଗ କଟା ଯାଇ ମୃତ ହାତୀକୁ ଉଦ୍ଧାର କରାଯାଇଥିଲା। ମୃତ ହାତୀକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଚନ୍ଦକା ଅଞ୍ଚଳରେ ୨୨ଟି ହାତୀ ପଲ ଖୋର୍ଦ୍ଧା ଅଞ୍ଚଳକୁ ଚାଲି ଆସିଛନ୍ତି।
The post ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗଲା ଦନ୍ତାର ଜୀବନ appeared first on Odisha Reporter.
from Odisha Reporter https://ift.tt/bc0ANWq
No comments:
Post a Comment