ପୁରୀ( ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଆଜି ହେବ ଶ୍ରୀଜିଉଙ୍କ ଅଧରପଣା ନୀତି । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ୯ଟି ମାଟି ହାଣ୍ଡିରେ ଏହି ପଣା ଲାଗି ହେବ । ଏହାପରେ ଚଣ୍ଡି ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧର ହାଣ୍ଡି ଭଙ୍ଗାଯିବ ।
୯ ଦିନର ଯାତ୍ରାରେ ଶ୍ରୀଜିଉଙ୍କୁ ନଜର ଲାଗିଥିବାରୁ ତଥା ଚଣ୍ଡି ଚାମୁଣ୍ଡାଙ୍କ ପାଇଁ ଅଧର ହଣ୍ଡା ଭଙ୍ଗାଯିବ । ଏହାପରେ ଆସନ୍ତାକାଲି ନିଳାଦ୍ରୀବିଜେ କରିବେ ମହାପ୍ରଭୁ । ଗତକାଲି ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଇଥିଲେ ଶହ ଶହ ଶ୍ରଦ୍ଧାଳୁ।
ଗତକାଲି ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଅସି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା ।
ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଠାକୁରମାନଙ୍କ ସୁନାବେଶ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୫ଟା ୧୦ରେ ସରିଥିଲା। ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଠାକୁରଙ୍କ ଏହି ଦର୍ଶନ କରିଛନ୍ତି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ଦର୍ଶନ ଚାଲିଥିଲା।
The post ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, କାଲି ହେବ ନିଳାଦ୍ରୀ ବିଜେ appeared first on Odisha Reporter.
from Odisha Reporter https://ift.tt/j1mnSgO
No comments:
Post a Comment